ଦୁର୍ଘଟଣାରେ ଗୁରୁତର କ୍ରୀଡା ଶିକ୍ଷକଙ୍କ ପରଲୋକ
ଖୁଣ୍ଟୁଣୀ,୬l୫( Dreams Rider )-ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିଶ୍ଚିତ ହେବା ପରେ ନିଜ ଘରେ ଶଯ୍ୟାଶାୟୀ ଥିବା ଓରନ୍ଦା ପଞ୍ଚାୟତ କପୁରସିଂ ଗ୍ରାମର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପୀତବାସ ବେଉରାଙ୍କ ଗତ ରବିବାର ପରଲୋକ ଘଟିଛି । ତାଙ୍କୁ ୭୮ବର୍ଷ ହୋଇଥିଲା । ସ୍ବର୍ଗତ ବେଉରା ଗତ ଡିସେମ୍ବର ମାସ ୪ତାରିଖରେ ଖୁଣ୍ଟୁଣୀରୁ ବ୍ୟାଙ୍କ କାମ ସାରି ନିଜ ପୁତୁରା ସହିତ ଘରକୁ ଫେରୁଥିବା ବେଳେ ଧବଳେଶ୍ବର ପଲିଟେକନିକ ଆଗରେ ୫୫ନଂ ଜାତୀୟ ରାଜପଥ ଉପରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ ତାଙ୍କ ପୁତୁରା ଚିକିତ୍ସା କରାଇ ଶେଷରେ ଘରେ ରହି ଚିକିତ୍ସିତ ହେଉଥିଲେ । ଶନିବାର ଭୋର ସ୍ବର୍ଗତ ବେଉରାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ପରିବାର ଲୋକେ ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତ୍ୟୁଷରେ କପୁରସିଂ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ପୁତୁରା ଅମୀୟ ବେଉରା ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ବେଉରା ଜଣେ ଉଚ୍ଚ କୋଟିର କ୍ରୀଡା ଶିକ୍ଷକ ଭାବେ ସମଗ୍ର ଜିଲାରେ ପ୍ରତିଷ୍ଠିତ ଥିଲେ । ବାଳି ସ୍ଥିତ ଶାନ୍ତି ଦୂତ ଶାସ୍ତ୍ରୀଜି ବିଦ୍ୟାପୀଠରୁ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଖୁଣ୍ଟୁଣୀ,୬l୫( Dreams Rider)-ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିଶ୍ଚିତ ହେବା ପରେ ନିଜ ଘରେ ଶଯ୍ୟାଶାୟୀ ଥିବା ଓରନ୍ଦା ପଞ୍ଚାୟତ କପୁରସିଂ ଗ୍ରାମର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପୀତବାସ ବେଉରାଙ୍କ ଗତ ରବିବାର ପରଲୋକ ଘଟିଛି । ତାଙ୍କୁ ୭୮ବର୍ଷ ହୋଇଥିଲା । ସ୍ବର୍ଗତ ବେଉରା ଗତ ଡିସେମ୍ବର ମାସ ୪ତାରିଖରେ ଖୁଣ୍ଟୁଣୀରୁ ବ୍ୟାଙ୍କ କାମ ସାରି ନିଜ ପୁତୁରା ସହିତ ଘରକୁ ଫେରୁଥିବା ବେଳେ ଧବଳେଶ୍ବର ପଲିଟେକନିକ ଆଗରେ ୫୫ନଂ ଜାତୀୟ ରାଜପଥ ଉପରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ ତାଙ୍କ ପୁତୁରା ଚିକିତ୍ସା କରାଇ ଶେଷରେ ଘରେ ରହି ଚିକିତ୍ସିତ ହେଉଥିଲେ । ଶନିବାର ଭୋର ସ୍ବର୍ଗତ ବେଉରାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ପରିବାର ଲୋକେ ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତ୍ୟୁଷରେ କପୁରସିଂ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ପୁତୁରା ଅମୀୟ ବେଉରା ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ବେଉରା ଜଣେ ଉଚ୍ଚ କୋଟିର କ୍ରୀଡା ଶିକ୍ଷକ ଭାବେ ସମଗ୍ର ଜିଲାରେ ପ୍ରତିଷ୍ଠିତ ଥିଲେ । ବାଳି ସ୍ଥିତ ଶାନ୍ତି ଦୂତ ଶାସ୍ତ୍ରୀଜି ବିଦ୍ୟାପୀଠରୁ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।