ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଶ୍ରେୟସ ଆୟର, ଜାଣନ୍ତୁ କେବେ ପଡିଆକୁ ଫେରିବେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ ୨୪।୦୩: ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରିବା ବେଳେ ଆତହ ହୋଇଥିଲେ। ତାଙ୍କ କାନ୍ଧର ହାଡ ଖସି ଯାଇଥିବା ରିପୋର୍ଟରୁ ଜଣା ପଡିଛି। ଏହି କାରଣରୁ ଦିନିକିଆ ସିରିଜ୍‌ରୁ ବାଦ୍ ପଡିବା ସହିତ ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ମଧ୍ୟ ଶ୍ରେୟସ ବାହାରି ଯାଇଛନ୍ତି। ବିସିସିଆଇ ଅନୁଯାୟୀ ଆୟରଙ୍କୁ ବାମ କାନ୍ଧ ସର୍ଜରୀ କରିବାକୁ ପଡିବ। ଏହି କାରଣରୁ ତାଙ୍କୁ ଅତି କମରେ ଚାରି ମାସ କ୍ରିକେଟ୍‌ରୁ ଦୂରରେ ରହିବାକୁ ପଡିବ। ବିସିସିଆଇ ସୂତ୍ର ଅନୁଯାୟୀ, ଆୟରଙ୍କୁ ଅପରେସନ କରିବାକୁ ପଡିବ। ତେଣୁ ସେ ପୂରା ଆଇପିଏଲରୁ ବାହାରେ ରହିବେ। ତାଙ୍କୁ ନେଟ୍ସକୁ ଫେରିବାକୁ ଅତି କମରେ ଚାରି ମାସର ସମୟ ଲାଗିବ। ସେ ଏବେ ବହୁତ ଯନ୍ତ୍ରଣାରେ ଅଛନ୍ତି। ଶ୍ରେୟସଙ୍କୁ ଇଂଗ୍ଲିଶ କାଉଣ୍ଟି ଦଳ ଲଙ୍କାସାୟର ପାଇଁ ମଧ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଅଛି। ଲଙ୍କାସାୟର ସୋମବାର ତାଙ୍କ ସହ ଚୁକ୍ତି ଘୋଷଣା କରିଛି। କାଉଣ୍ଟି ସିଜିନ୍ ଜୁଲାଇ ୨୩ରୁ ଆରମ୍ଭ ହେଉଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ। ଏବେ ଦିଲ୍ଲୀ ପକ୍ଷରୁ କାହାକୁ ଅଧିନାୟକ ଦାୟିତ୍ଵ ଦିଆଯିବ ତାହା ଦେଖିବା ବାକି ରହିଲା। ଗତ ବର୍ଷ ଶ୍ରେୟସ ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ। ତାଙ୍କ ଅନୁପସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ଵ ଋଷଭ ପନ୍ତ, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ କିମ୍ବା ବରିଷ୍ଠ ଅଫ ସ୍ପିନର ଆର ଅଶ୍ଵିନଙ୍କୁ ଦିଆଯାଇପାରେ।