ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ, ସ୍କୁଲ ଦେବ ଗରିବ ଛାତ୍ରଛାତ୍ରୀଙ୍କୁ ଗ୍ୟାଜେଟ୍ ଓ ଇଣ୍ଟରନେଟ୍ ସୁବିଧା

ନୂଆଦିଲ୍ଲୀ ୧୮/୦୯: ଏଣିକି ଦୂର ହେବ ଅନଲାଇନ୍ ପଢ଼ା ସମସ୍ୟା। କରୋନା କାଳରେ ସ୍କୁଲ କଲେଜ ବନ୍ଦ ଥିବାରୁ ଏବେ ଅନଲାଇନରେ ପଢ଼ା ଚାଲିଛି। ତେବେ ଇଣ୍ଟରନେଟ୍ ଯୋଗୁ ପଢ଼ାରେ ସମସ୍ୟା ହେଉଛି। ସବୁଠୁ ଅଧିକ ସସମ୍ୟା ଭୋଗୁଛନ୍ତି ଗରିବ ଛାତ୍ରଛାତ୍ରୀ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସରକାରୀ ଅର୍ଥ ବିନା ସମସ୍ତ ବେସରକାରୀ ଓ ସରକାରୀ ସ୍କୁଲ ଅନଲାଇନ୍ କ୍ଲାସ ପାଇଁ ଗରିବ ପିଲାଙ୍କୁ ଗ୍ୟାଜେଟ୍ ଓ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।​‌ ବେସରକାରୀ ତଥା ସରକାରୀ ସ୍କୁଲ ଆଥିକ ଦୁର୍ବଳ ଓ ବଞ୍ଚିତ ବର୍ଗ ଛାତ୍ରଙ୍କୁ ଭଲ ଇଣ୍ଟରନେଟ୍ ସ୍ପିଡ୍ ସହ ଗ୍ୟାଜେଟ୍ ଉପକରଣ ଯୋଗାଇ ଦେବାକୁ କୁହାଯାଇଛି। ଏହା ଦ୍ବାରା ସେହି ପିଲାଙ୍କୁ ଅନଲାଇନ୍ ଶିକ୍ଷା ସହଜରେ ମିଳିପାରିବ। ଏହା ସହ କୋର୍ଟ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ ଏଭଳି ଗ୍ୟାଜେଟ୍ ଓ ଡିଜିଟାଲ ଉପକରଣ ସହ ଇଣ୍ଟରନେଟ୍ ପ୍ୟାକେଜ ଖର୍ଚ ଟ୍ୟୁସନ ଫି’ର ଅଂଶ ହେବ ନାହିଁ। ଏ ଉପକରଣ ଇଡବ୍ଲୁଏସ ଓ ବଞ୍ଚିତ ବର୍ଗ ଛାତ୍ରଙ୍କୁ ବେସରକାରୀ ଅଣ-ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟ ଓ ସରକାରୀ ବିଦ୍ୟାଳୟ ଦ୍ବାରା ମାଗଣାରେ ପ୍ରଦାନ କରାଯିବ। https://twitter.com/ANI/status/1306856288714809344 ହାଇକୋର୍ଟ ଇଡବ୍ଲୁଏସ୍ ଓ ବଞ୍ଚିତ ବର୍ଗ ଛାତ୍ରଙ୍କ ପାଇଁ ଗ୍ୟାଜେଟ ଓ ଉପକରଣ ଆପୂର୍ତି ପ୍ରକ୍ରିୟା କାମ ଶୀଘ୍ର ଆରମ୍ଭ କରିବାକୁ କହିଛନ୍ତି। ଏହା ଉପ​‌ରେ ନଜର ରଖିବା ପାଇଁ କେନ୍ଦ୍ର, ଦିଲ୍ଲୀ ସରକାର ଓ ସ୍କୁଲ ଆସୋସିଏସନ କମିଟିକୁ ତିନିଜଣିଆ କମିଟି ଗଠନ କରିବାକୁ ନିର୍ଦେଶ ଦିଆଯାଇଛି।  