ଦିଲ୍ଲୀAIIMSଙ୍କ ସର୍ଭର ତୃତୀୟ ଦିନ ବି ବନ୍ଦ, ଯାଞ୍ଚରେ NIA ସାମିଲ

ନୂଆଦିଲ୍ଲୀ ୨୬।୧୧: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ଙ୍କ ସର୍ଭର ଶନିବାର ତୃତୀୟ ଦିନ ମଧ୍ୟ ବନ୍ଦ ରହିଛି। ଏହି ମାମଲାର ତଦନ୍ତରେ ଏବେ  ଏନଆଇଏଙ୍କୁ ସାମିଲ କରାଯାଇଛି। ଇଣ୍ଡିଆ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍‌, ଦିଲ୍ଲୀ ପୋଲିସ, ଇଣ୍ଟେଲିଜେନ୍ସି ବ୍ୟୁରୋ, କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଓ ଗୃହମନ୍ତ୍ରାଳୟ ପୂର୍ବରୁ ଏହି ମାମଲାର ଯାଞ୍ଚ କରୁଛନ୍ତି। ସର୍ଭର ବନ୍ଦ ପଡିଥିବାରୁ ଦିଲ୍ଲୀ ଏମସ୍‌ ରେ ଇଣ୍ଟରନେଟ୍ ସେବା ବାଧିତ ହୋଇଛି। ଏଣୁ ଯାଞ୍ଚ ଏଜେନ୍ସିଙ୍କ ସୁପାରିଶ କ୍ରମେ ଏବେ ସବୁ କାମ ମାନୁଆଲି କରାଯାଉଛି। ଏ ନେଇ ଏମସ୍‌ ନୂଆ ଏସଓପି ଜାରି କରିଛନ୍ତି। ଏଥିରେ ଇ-ହସ୍ପିଟାଲ ବନ୍ଦ ରହିବା ବେଳେ ହସ୍ପିଟାଲରେ ରୋଗୀଙ୍କ ଆଡମିସନ, ଡିଶ୍ଚାର୍ଯ, ଛୁଟି ଦେବା ଓ ସ୍ଥାନାନ୍ତର କରିବା ସବୁ ମାନୁଆଲି କରାଯିବ ବୋଲି କହିଛନ୍ତି।     ସେହିପରି ମୃତ୍ୟୁ ଓ ଜନ୍ମପ୍ରମାଣପତ୍ର ପ୍ରଦାନ ମଧ୍ୟ ଫର୍ମ ମାଧ୍ୟମରେ ହାତରେ କରାଯିବ। ତେବେ ଜରୁରି ନମୁନା ପଠାଇବା କାଳରେ ହାତରେ ପୂରଣ ହୋଇଥିବା ଫର୍ମ ସହ ପଠାଯିବା ଆବଶ୍ଯକ ବୋଲି କହିଛନ୍ତି। ବୁଧବାର ଦିନ ଏମସ୍‌ ସର୍ଭରରେ ପ୍ରଥମେ ସମସ୍ୟା ଦେଖାଯାଇଥିଲା। ଦେଖୁ ଦେଖୁ ସର୍ଭର ଡାଉନ ହୋଇଯାଇଥିବା ବେଳେ ଆୟୁର୍ବିଜ୍ଞାନ ସଂସ୍ଥାରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଛି। ଫଳରେ ଜରୁରି ସେବା ଯୋଗାଇ ଦେବାରେ ଏବେ ସମସ୍ୟା ଉପୁଜିଛି।    The post ଦିଲ୍ଲୀAIIMSଙ୍କ ସର୍ଭର ତୃତୀୟ ଦିନ ବି ବନ୍ଦ, ଯାଞ୍ଚରେ NIA ସାମିଲ appeared first on Prameya News7.