“ଦିଲ୍ଲୀରେ କେହି ବଞ୍ଚିପାରିବେନି”: ମୃତ୍ୟୁ ପୂର୍ବରୁ ଏମିତି କାହିଁକି କହିଲେ ଜାମିୟା ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର

ନୂଆଦିଲ୍ଲୀ ୧୯/୫ : କେତେ ପ୍ରାଣଘାତୀ ଏହି ମହାମାରୀ । ଆଉ ରାଜଧାନୀ ଦିଲ୍ଲୀ ବଞ୍ଚିବା ବି ବହୁତ କଷ୍ଟକର । ନିଜର ମୃତ୍ୟୁ ପୂର୍ବରୁ ଲୋକଙ୍କୁ ଏମିତି କହି ଚେତାଇ ଦେଇ ଯାଇଛନ୍ତି ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକ । କରୋନା ପ୍ରାଣ ହରାଇଛନ୍ତି ଏହି ମହିଳା ଅଧ୍ୟାପିକା ଜଣଙ୍କ । କରୋନା ସହ ଲଢେଇ କରି ଜୀବନ ଯୁଦ୍ଧରେ ସେ ହାରିଛନ୍ତି । ୩୮ ବର୍ଷୀୟ ନାବିଲା ଗତ କିଛି ଦିନ ହେବ କୋଭିଡରେ ପୀଡିତ ଥିଲେ । ସେ ମଧ୍ୟ ଅତ୍ୟନ୍ତ ଉଦାସ ଥିଲେ । କାରଣ ଗତ କିଛିଦିନ ତଳେ କରୋନାରେ ସେ ନିଜ ମାଆଙ୍କୁ ହରାଇଥିଲେ । ତେବେ କରୋନା ପୀଡିତ ଥିବା ସମୟରେ ମେ ୪ରେ ସେ ଟ୍ୱିଟ୍ କରି ନିଜ ପାଇଁ ଆଇସିୟୁ ବେଡ୍ ମାଗିଥିଲେ । ଟ୍ୱିଟରେ ଆହୁରି ଲେଖିଥିଲେ କି ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ । ଏଠିକାର ପରିବେଶରେ ଗୋଟେ ଲୋକ ବଞ୍ଚିବା କଷ୍ଟକର । ହେଲେ ଏହାର କିଛିଦିନ ପରେ ହଠାତ୍ନ ନାବିଲା କରୋନା ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଯାଇଥିଲେ । At this rate no one will stay alive in Delhi atleast.— Mermaid (@SugarsNSpice) May 1, 2021 ନାବିଲାଙ୍କ ଆକସ୍ମିକ ମୃତ୍ୟୁ କେବଳ ତାଙ୍କ ସାଙ୍ଗମାନଙ୍କୁ ନୁହେଁ, ଛାତ୍ରମାନଙ୍କୁ ମଧ୍ୟ ଚକିତ କରିଛି । ଜାମିଆରେ ଏମଏ ପଢୁଥିବା ଲରେବ ନିଆଜୀ କହିଛନ୍ତି ଯେ ଯେତେବେଳେ ସେ ଡକ୍ଟର ନାବିଲାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ପାଇଲେ । ସେତେବେଳେ ସେ ତାଙ୍କର କିଛି ସହକର୍ମୀଙ୍କ ସହ ତାଙ୍କ ଘରକୁ ଯାଇଥିଲେ । ତାଙ୍କୁ ପୂର୍ବରୁ ଜାମିଆଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଭଲ ନହେବାରୁ ଫରିଦାବାଦର ଫୋର୍ଟିସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।