ଦିଲ୍ଲୀରେ ବ୍ୟାପିଲା Bird flu ! ଜାଣନ୍ତୁ ଅନ୍ୟ ରାଜ୍ୟର ହାଲଚାଲ

ନୂଆଦିଲ୍ଲୀ ୮।୧: କରୋନା ପରେ ଏବେ ରାଜଧାନୀ  ଦିଲ୍ଲୀରେ ବ୍ୟାପିଛି  ବାର୍ଡ ଫ୍ଲୁ ! ସହରର ହସ୍ତଶାଳ ଭିଲେଜ ଡିଡିଏ ପାର୍କରୁ ୧୬ଟି ମୃତ ପକ୍ଷୀ ମିଳିଛନ୍ତି। ସୂଚନା ମିଳିବାମାତ୍ରେ ନମୁନା ସଂଗ୍ରହ କରି ଯାଞ୍ଚ ନିମନ୍ତେ ଲାବୋରେଟରୀକୁ ପଠାଇ ଦିଆଯାଇଛି। ଏକ ଅଧିକାରୀକ ବୟାନ ଅନୁସାରେ ଦେଶର ୬ଟି ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଛି। କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଓ ଗୁଜରାଟରେ ଏ ପର୍ଯ୍ୟନ୍ତ ଭୂତାଣୁ ସଂକ୍ରମଣ ହୋଇଛି। କେରଳର ଦୁଇଟି ପ୍ରଭାବିତ ଜିଲ୍ଲାରେ ପକ୍ଷୀମାରଣ ଅଭିଯାନ ସମାପ୍ତ ହୋଇଥିବା ବେଳେ ଏବେ ସଂକ୍ରମଣ ମୁକ୍ତ ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ଦେଶର ଯେଉଁ ସବୁ ରାଜ୍ୟରେ ଅଚାନକ ପକ୍ଷୀ ମୃତ୍ୟୁ ହେଉଛି ସେଠାରେ ତୁରନ୍ତ ସୂଚନା ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଦିଲ୍ଲୀ ଡିଡିଏ ପାର୍କରୁ ମିଳିଥିବା ପକ୍ଷୀଙ୍କ ଶବ ପରୀକ୍ଷଣ ଲାଗି ଆଇସିଏଆର-ନିଷାଦ ପଠାଯାଇଛି। ରିପୋର୍ଚ ମିଳିବା ପରେ ରାଜଧାନୀକୁ ବାର୍ଡ ଫ୍ଲୁ ଆସିଛି କି ନା ତାହା ସ୍ପଷ୍ଟ ହୋଇଯିବ ବୋଲି ଦିଲ୍ଲୀ ପଶୁଧନ ବିଭାଗ କହିଛନ୍ତି। ତେବେ ପୋଲେଟ୍ରି ମାଲିକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏଥିଲାଗି ସଚେତନତା ସୃଷ୍ଟି ନିମନ୍ତେ ଏବେ ଉଦ୍ୟମ କରାଯାଉଛି। ଜାତୀୟ ରାଜଧାନୀରେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ପ୍ରଚାର ପରେ ଅଣ୍ଡା ଓ ଚିକେନ ଦର ହ୍ରା ହୋଇଛି। ଏଣୁ ସ୍ୱାସ୍ଥ୍ୟ ବିଭାଗଙ୍କୁ ଏ ନେଇ ପର୍ଯ୍ୟାପ୍ତ ପରାମର୍ଶ ଜାରି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅଣ୍ଡା ଓ ଚିକେନ ଲାଗି ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି ନିମନ୍ତେ ସଚେତନତା ଉପରେ ପ୍ରାଥମିକତା ଦିଆଯାଉଛି। ମାମଲାରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଲାଗି ଆଶ୍ୱାସନା ଦେଇଛନ୍ତି। ତେବେ ରିପୋର୍ଟ ମିଳିବା ପରେ ରାଜଧାନୀରେ ବାର୍ଡ ଫ୍ଲୁ ବ୍ୟାପିଛି କି ନା ତାହା ସ୍ପଷ୍ଟ କହି ହେବ ବୋଲି ପଶୁଧନ ବିଭାଗ ଅଧିକାରୀ କହିଛନ୍ତି।