ଦେଶର ପ୍ରତିଟି ନାଗରିକଙ୍କ ହେବ କରୋନା ପରୀକ୍ଷା: ଲୋକଙ୍କୁ ଗୋଟି ଗୋଟି କରି ଖୋଜି କୋଭିଡ୍ ଟେଷ୍ଟ କରିବେ ସରକାର; ଲକ୍ଷଣ ଥାଉ ନି ଥାଉ ସମସ୍ତଙ୍କର ହେବ ଯାଂଚ

କନକ ବ୍ୟୁରୋ: ସାରା ବିଶ୍ୱରେ କାୟା ମେଲାଇ ମାଡି ଚାଲିଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଚିନ୍ତାର ବିଷୟ ହେଉଛି ଯେ, ଲକ୍ଷଣ ବଦଳାଇ ମାଡି ଚାଲିଥିବା ଏହି କୋଭିଡ-୧୯ ଭୁତାଣୁର ପ୍ରକୋପ ବର୍ତ୍ତମାନ ତିବ୍ର ହୋଇଥିବା ବେଳେ ଏହାକୁ ପ୍ରତିହତ କରିବାର ରାସ୍ତା କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେଣୁ କେବଳ ସଚେତନତା […]

ଦେଶର ପ୍ରତିଟି ନାଗରିକଙ୍କ ହେବ କରୋନା ପରୀକ୍ଷା: ଲୋକଙ୍କୁ ଗୋଟି ଗୋଟି କରି ଖୋଜି କୋଭିଡ୍ ଟେଷ୍ଟ କରିବେ ସରକାର; ଲକ୍ଷଣ ଥାଉ ନି ଥାଉ ସମସ୍ତଙ୍କର ହେବ ଯାଂଚ
କନକ ବ୍ୟୁରୋ: ସାରା ବିଶ୍ୱରେ କାୟା ମେଲାଇ ମାଡି ଚାଲିଛି କରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଚିନ୍ତାର ବିଷୟ ହେଉଛି ଯେ, ଲକ୍ଷଣ ବଦଳାଇ ମାଡି ଚାଲିଥିବା ଏହି କୋଭିଡ-୧୯ ଭୁତାଣୁର ପ୍ରକୋପ ବର୍ତ୍ତମାନ ତିବ୍ର ହୋଇଥିବା ବେଳେ ଏହାକୁ ପ୍ରତିହତ କରିବାର ରାସ୍ତା କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ତେଣୁ କେବଳ ସଚେତନତା ଏବଂ ସତର୍କତା ହିଁ ଏହି ମହାମାରୀକୁ କିଛି ମାତ୍ରାରେ ରୋକିପାରେ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଖାଲି ବିଶ୍ୱ କାହିଁକି ଦେଶରେ ମଧ୍ୟ କରୋନାରପ୍ରକୋପ ଦେଖିବାକୁ ମିଳୁଛି ।  ଦେଶରେ ପ୍ରତି ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ତେଣୁ ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଦେଶର ପ୍ରତିଟି ନାଗରିକଙ୍କ କୋଭିଡ ପରୀକ୍ଷା କରାଯିବା ନେଇ ଯୋଜନା କରୁଛନ୍ତି ସରକାର । ଆଇସିଏମଆରସି ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ,  କରୋନା ଭାଇରସ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ଦେଶବ୍ୟାପୀ ସେରୋ ସର୍ଭିଲାନ୍ସକୁ ଜୋର୍ ଦିଆଯିବ । ପୂର୍ବରୁ ମଧ୍ୟ ଏଭଳି ଏକ ସର୍ବେକ୍ଷଣ ମେ ମାସରେ କରାଯାଇଥିଲା ।  ଯାହାର ରେଜଲ୍ଟ ବର୍ତ୍ତମାନ ଅପେକ୍ଷାରେ ରହିଛି । ତେବେ ଆଇସିଏମଆର କହିଛି ଯେ, ସେରୋ ସର୍ଭିଲାନ୍ସ ଆଧାରରେ ଲୋକଙ୍କର ରକ୍ତ ନମୂନା ଯାଂଚ କରି ଶରୀରରେ କରୋନା ଭାଇରସ ବିରୁଦ୍ଧରେ ଆଂଟିବଡିକୁ ଚିହ୍ନଟ କରାଯିବ । ଯାହା ଦ୍ୱାରା କେତେ ସଂଖ୍ୟକ ଲୋକ ଏହି ମହାମାରୀ ଭୁତାଣୁର ଶିକାର ହୋଇଛନ୍ତି ତାହା ବହୁ ପୂର୍ବରୁ ଜଣାପଡିଯିବ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ,  ନିକଟ ଭବିଷ୍ୟତରେ ଆଇସିଏମଆର ତରଫରୁ ଦେଶବ୍ୟାପୀ ସେରୋ ସର୍ଭିନଲାନ୍ସ  ଯୋଜନା ଆରମ୍ଭ କରାଯାଉଛି । ଫଳରେ ଦେଶର ପ୍ରତିଟି ନାଗରିକଙ୍କ କରୋନା ପରୀକ୍ଷା କରାଯାଇ ଦେଶବାସୀଙ୍କୁ ସଂକ୍ରମଣର ଭୟାବହତା ବହୁ ପୂର୍ବରୁ ସୁରକ୍ଷିତ କରାଯାଇପାରିବ ।