ଦେଶର ୧୨ ହସ୍ପିଟାଲରେ ୩୭୫ ଲୋକଙ୍କ ଉପରେ କରୋନା ଭାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ, ଭୁବନେଶ୍ଵର ସାମିଲ

ନୂଆଦିଲ୍ଲୀ ୧୮।୦୯: ଦେଶରେ ନିର୍ମିତ କୋଭିଡ୍-୧୯ ଟୀକା କୋଭାକସିନର ମାନବ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଟୀକା ତିଆରି କରୁଥିବା କମ୍ପାନୀ ଭାରତ ବାୟୋଟିକ କହିଛି, ମୋଟ୍ ୩୭୫ ଲୋକଙ୍କଠାରେ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଦେଶର ବିଭିନ୍ନ ଭାଗରେ ମୋଟ୍ ୧୨ଟି ହସ୍ପିଟାଲରେ ଏହି ପରୀକ୍ଷଣ କରାଯାଉଛି। ଭାରତ ବାୟୋଟେକ କହିଛି ଜୁଲାଇ ୧୫ରୁ ମାନବ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଏହା ରେଣ୍ଡମାଇଜ୍ ବ୍ଲାଇଣ୍ଡ କ୍ଲିନିକଲ ଟ୍ରାଏଲ ଅଟେ। ଏହି […]

ଦେଶର ୧୨ ହସ୍ପିଟାଲରେ ୩୭୫ ଲୋକଙ୍କ ଉପରେ କରୋନା ଭାକସିନର ପ୍ରଥମ  ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ, ଭୁବନେଶ୍ଵର ସାମିଲ
ନୂଆଦିଲ୍ଲୀ ୧୮।୦୯: ଦେଶରେ ନିର୍ମିତ କୋଭିଡ୍-୧୯ ଟୀକା କୋଭାକସିନର ମାନବ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଟୀକା ତିଆରି କରୁଥିବା କମ୍ପାନୀ ଭାରତ ବାୟୋଟିକ କହିଛି, ମୋଟ୍ ୩୭୫ ଲୋକଙ୍କଠାରେ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଦେଶର ବିଭିନ୍ନ ଭାଗରେ ମୋଟ୍ ୧୨ଟି ହସ୍ପିଟାଲରେ ଏହି ପରୀକ୍ଷଣ କରାଯାଉଛି। ଭାରତ ବାୟୋଟେକ କହିଛି ଜୁଲାଇ ୧୫ରୁ ମାନବ ପରୀକ୍ଷଣ ଆରମ୍ଭ ହୋଇ ଯାଇଛି। ଏହା ରେଣ୍ଡମାଇଜ୍ ବ୍ଲାଇଣ୍ଡ କ୍ଲିନିକଲ ଟ୍ରାଏଲ ଅଟେ। ଏହି ପ୍ରକାରର ପରୀକ୍ଷଣରେ ଯେଉଁ ଲୋକଙ୍କଠାରେ ଟ୍ରାଏଲ କରାଯାଏ, ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଟୀକା ଦିଆଯାଏ ଏବଂ ଅନ୍ୟ କିଛିକୁ ଦିଆଯାଏ ନାହିଁ। ମାତ୍ର କାହାକୁ ଟୀକା ଦିଆଯିବ ଏବଂ କାହାକୁ ଦିଆଯିବ ନାହିଁ ଏହା ନା ଲୋକଙ୍କୁ ଜଣା ଥାଏ ନା ଗବେଷକଙ୍କୁ ଜଣାଥାଏ। ଯେବେ ପରୀକ୍ଷଣ ଅବଧି ପୂରା ହୁଏ, ଏହା ପରେ ଜଣା ପଡେ କାହାକୁ ଟୀକା ଦିଆଯାଇଛି ଏବଂ କାହାକୁ ସାମାନ୍ୟ ଔଷଧ ଦିଆଯାଇଛି। ଯେଉଁ ହସ୍ପିଟାଲରେ ଏହି ଟୀକାର ପରୀକ୍ଷଣ ଆରମ୍ଭ ହୋଇ ଯାଇଛି, ସେଥିରେ ଏମ୍ସ ଦିଲ୍ଲୀ, ଏମ୍ସ ପାଟନା, କିଙ୍ଗ ଜର୍ଜ ହସ୍ପିଟାଲ ବିଶାଖାପାଟଣା, ବିଡି ଶର୍ମା ହସ୍ପିଟାଲ ରୋହତକ, ଜୀବନ ରେଖା ହସ୍ପିଟାଲ ବେଲଗାମ, ଗିଲ୍ଲୁରକମ ହସ୍ପିଟାଲ ନାଗପୁର, ରାଣା ହସ୍ପିଟାଲ ଗୋରଖପୁର, ଏସଆରଏମ ହସ୍ପିଟାଲ ଚେନ୍ନାଇ, ନିଜାମ ଇନଷ୍ଟିଚ୍ୟୁୟଟ ଅଫ ମେଡିକାଲ ସାଇସେନ୍ସ ହାଇଦ୍ରାବାଦ, କଳିଙ୍ଗ ହସ୍ପିଟାଲ ଭୁବନେଶ୍ଵର, ପ୍ରଖର ହସ୍ପିଟାଲ କାନପୁର ଓ ଗୋଆର ଏକ ହସ୍ପିଟାଲ ସାମିଲ। ଉଲ୍ଲେଖନୀୟ ପ୍ରଥମ ପର୍ଯ୍ୟାୟରେ ଟ୍ରାଏଲରେ କେବଳ ଏହା ଦେଖାଯିବ ଯେ, ଯେଉଁ ଲୋକଙ୍କୁ ଔଷଧ ବା ଟୀକା ଦିଆଯାଉଛି, ସେମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡୁନାହିଁ ତ। ଏହି ଟୀକା କରୋନା ଉପଶମ ପାଇଁ ଲାଭଦାୟକ କି ନୁହେଁ ଏହା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଜଣା ପଡିବ ନାହିଁ। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହାର ଆକଳନ କରାଯାଇ ପାରିବ।