ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ହଜାର ୬୫୨ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୧୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୬,୦୮,୨୧୧କୁ ବୃଦ୍ଧି ପାଇଛି। ଏହା ସହ ଏପର୍ଯ୍ୟନ୍ତ ଦେଶରେ ମୋଟ ୯୦ଲକ୍ଷ ୫୮ହଜାର ୮୨୨ଜଣ କରୋନାରୁ ଆରୋଗ୍ୟ ହୋଇସାରିଛନ୍ତି। ତେବେ ଦେଶରେ ସୁସ୍ଥତା ହାର ବଢ଼ିବା ସହ ସକ୍ରିୟ ମାମଲା ୪ ଲକ୍ଷକୁ ଖସିଛି। ଦେଶରେ […] The post ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ first appeared on Sambad.

ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬ହଜାର ୬୫୨ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୧୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୬,୦୮,୨୧୧କୁ ବୃଦ୍ଧି ପାଇଛି। ଏହା ସହ ଏପର୍ଯ୍ୟନ୍ତ ଦେଶରେ ମୋଟ ୯୦ଲକ୍ଷ ୫୮ହଜାର ୮୨୨ଜଣ କରୋନାରୁ ଆରୋଗ୍ୟ ହୋଇସାରିଛନ୍ତି। ତେବେ ଦେଶରେ ସୁସ୍ଥତା ହାର ବଢ଼ିବା ସହ ସକ୍ରିୟ ମାମଲା ୪ ଲକ୍ଷକୁ ଖସିଛି। ଦେଶରେ ଏବେ ମୋଟ୍‌ ୪,୦୯,୬୮୯ ସକ୍ରିୟ ମାମଲା ରହିଛି। ଏହା ସହ ଗତ ୨୪ଘଣ୍ଟାରେ ୪୨,୫୩୩ଜଣ ସୁସ୍ଥ ହୋଇଛନ୍ତି। ନୂତନ ସଂଖ୍ୟାକୁ ମିଶାଇ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସକ୍ରିୟ ହାର ୪.୨୬% ରହିଥିବା ବେଳେ ସୁସ୍ଥତା ହାର ୯୪.୨୮% ଏବଂ ମୃତ୍ୟୁହାର ୧.୪୫% ରହିଛି। ନୂତନ ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୩୯,୭୦୦ରେ ପହଞ୍ଚିଛି। With 36,652 new #COVID19 infections, India’s total cases rise to 96,08,211 With 512 new deaths, toll mounts to 1,39,700. Total active cases at 4,09,689 Total discharged cases at 90,58,822 with 42,533 new discharges in the last 24 hrs pic.twitter.com/JanwHFUTbh — ANI (@ANI) December 5, 2020 ଡିସେମ୍ବର ୪ ପର୍ଯ୍ୟନ୍ତ ୧୪,୫୮,୮୫, ୫୧୨ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତକାଲି ୧୧,୫୭,୭୬୩ଟି ନମୁନା ପରୀକ୍ଷା କରାଯାଇଛି।The post ଦେଶରେ ୨୪ଘଣ୍ଟାରେ ୩୬,୬୫୨କରୋନା ଆକ୍ରାନ୍ତ ଚିହ୍ନଟ, ୫୧୨ ମୃତ first appeared on Sambad.