ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌

ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଗ୍ରାଏମ୍‌ ସ୍ମିଥ। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି, ଏମିତି କେହି ବ୍ୟକ୍ତି ଥିବେ ଯିଏ ଧୋନୀଙ୍କୁ ନାପସନ୍ଦ କରୁଥିବେ। ‘ମୋର କୌଣସି ସନ୍ଦେହ ନାହିଁ ଯେ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇବେ ଯିଏକି ଧୋନୀଙ୍କୁ ନାପସନ୍ଦ କରୁଥିବେ। ଧୋନୀ ସର୍ବଦା ତାଙ୍କ […] The post ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ appeared first on Dharitri Odia News.

ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌
ନୂଆଦିଲ୍ଲୀ, ୧୨।୭- ଭାରତୀୟ କ୍ରିକେଟ୍‌ ଦଳର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକାର ନିର୍ଦ୍ଦେଶକ ଗ୍ରାଏମ୍‌ ସ୍ମିଥ। ଦକ୍ଷିଣ ଆଫ୍ରିକା ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି, ଏମିତି କେହି ବ୍ୟକ୍ତି ଥିବେ ଯିଏ ଧୋନୀଙ୍କୁ ନାପସନ୍ଦ କରୁଥିବେ। ‘ମୋର କୌଣସି ସନ୍ଦେହ ନାହିଁ ଯେ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜି ପାଇବେ ଯିଏକି ଧୋନୀଙ୍କୁ ନାପସନ୍ଦ କରୁଥିବେ। ଧୋନୀ ସର୍ବଦା ତାଙ୍କ କାମ ଉପରେ ଧ୍ୟାନ ଦେଇଥାନ୍ତି। ସେ ସବୁବେଳେ ଶାନ୍ତ ଓ ଗମ୍ଭୀର ରହିଥାନ୍ତି’ ବୋଲି ଷ୍ଟାର୍‌ ସ୍ପୋଟର୍‌ସର ଏକ କାର୍ଯ୍ୟକ୍ରମ ଅବସରରେ ସ୍ମିଥ୍‌ ଏହା କହିଛନ୍ତି। ସେହିଭଳି ଗାଙ୍ଗୁଲିଙ୍କୁ ମଧ୍ୟ ସ୍ମିଥ୍‌ ବେଶ୍‌ ପ୍ରଶଂସା କରିଛନ୍ତି। ‘ଯେଉଁଭଳି ପ୍ରଶାସକ ଭାବେ କୁମାର ସାଙ୍ଗାକରାଙ୍କୁ ଦାଦାଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିଥିଲା ମୁଁ ମଧ୍ୟ ଏକାଧିକଥର ଫୋନରେ ତାଙ୍କ ସହ କଥାବର୍ତ୍ତା ହୋଇଛି। ଗାଙ୍ଗୁଲି ସର୍ବଦା ଶାନ୍ତ ରୁହନ୍ତି। ବାର୍ତ୍ତାଳପ ପାଇଁ ଆଗ୍ରହ ଦେଖାଇଥାନ୍ତି। ତେଣୁ ଉଭୟଙ୍କ ପ୍ରତି ମୋର ସମ୍ମାନ ରହିଛି’ ବୋଲି ୩୯ ବର୍ଷୀୟ ଏହି ପୂର୍ବତନ କ୍ରିକେଟର୍‌ କହିଛନ୍ତି। ନିକଟରେ ପୂର୍ବତନ ଏମ୍‌ସିସି ଅଧ୍ୟକ୍ଷ ତଥା ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗକରା ମଧ୍ୟ ଧୋନୀଙ୍କୁ ପ୍ରଶଂସା କରିଥିଲେ। ସାଙ୍ଗାକରା କହିଥିଲେ, ‘ସେ (ଧୋନୀ) ଥରେ ଯୁବରାଜ ସିଂଙ୍କ ସହିତ କଲମ୍ବୋରେ ମୋ ଘରକୁ ଡିନର୍‌ ପାଇଁ ଆସିଥିଲେ। ଆମ ଭିତରେ ବହୁତ କଥାବାର୍ତ୍ତା ହୋଇଥିଲା।’ ସେହିଭଳି ଦାଦା (ସୌରଭ)ଙ୍କୁ ଗତ କିଛି ବର୍ଷ ହେବ ବହୁତ ଭଲ ଭାବରେ ଜାଣିଛି। ତାଙ୍କ ସହ ଟେଷ୍ଟ କ୍ରିକେଟ୍‌ ଖେଳିଛି ଏବଂ ଅଧିନାୟକତ୍ୱ ଭଳି ବିଷୟରେ କଥା ହୋଇ ମଜା ନେଇଛି। ଦାଦାଙ୍କ ସହିତ ଅତି ନିକଟରୁ ମିଶିବାର ଆହୁରି ସୁଯୋଗ ମିଳିଲା ବୋଲି ସ୍ମିଥ୍‌ କହିଛନ୍ତି। The post ଧୋନୀ, ଗାଙ୍ଗୁଲିଙ୍କୁ ପ୍ରଶଂସା କଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ appeared first on Dharitri Odia News.