ଧାନମଣ୍ଡିର ଶୁଭାରମ୍ଭ, ଦଲାଲଙ୍କୁ ଜଗିବ ସିସିଟିଭି

ମାଲକାନଗିରି, ୩୦ା୧୧ (ଓଡିଶା ଭାସ୍କର):ଆଜି ମାଲକାନଗିରି ଜିଲ୍ଲାରେ ଧାନ କିଣା ପ୍ରକିୟା ଅରମ୍ଭ ହୋଇଛି । ଜିଲ୍ଲାର ସମନ୍ବିତ ବଜାର କମିଟି କାର୍ଯ୍ୟଳୟ ରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ଉଦଘାଟନ କରାଯାଇଥିବା ବେଳେ ଜିଲ୍ଲାର ମୋଟ ୬୫ ଗୋଟି ମଣ୍ଡି ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ସମସ୍ତ ପଞ୍ଜୀକୃତ ଚାଷୀ ନିଜ ଅମଳ ଧାନ କୁ ବିକ୍ରି କରିପାରିବେ । ଜଣେ […] The post ଧାନମଣ୍ଡିର ଶୁଭାରମ୍ଭ, ଦଲାଲଙ୍କୁ ଜଗିବ ସିସିଟିଭି appeared first on Odisha Bhaskar.

ଧାନମଣ୍ଡିର ଶୁଭାରମ୍ଭ, ଦଲାଲଙ୍କୁ ଜଗିବ ସିସିଟିଭି
ମାଲକାନଗିରି, ୩୦ା୧୧ (ଓଡିଶା ଭାସ୍କର):ଆଜି ମାଲକାନଗିରି ଜିଲ୍ଲାରେ ଧାନ କିଣା ପ୍ରକିୟା ଅରମ୍ଭ ହୋଇଛି । ଜିଲ୍ଲାର ସମନ୍ବିତ ବଜାର କମିଟି କାର୍ଯ୍ୟଳୟ ରେ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ର ଉଦଘାଟନ କରାଯାଇଥିବା ବେଳେ ଜିଲ୍ଲାର ମୋଟ ୬୫ ଗୋଟି ମଣ୍ଡି ରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ସମସ୍ତ ପଞ୍ଜୀକୃତ ଚାଷୀ ନିଜ ଅମଳ ଧାନ କୁ ବିକ୍ରି କରିପାରିବେ । ଜଣେ ପଞ୍ଜିକୃତ ଚାଷୀ ଗୋଟିଏ ମଣ୍ଡିରେ ୪୦କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ । ତେବେ ଦଲାଲ ମୁକ୍ତ ମଣ୍ଡି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ସହ ଭିଡିଓ ରେକଡ଼ିଂ ର ବ୍ୟବସ୍ଥା କରାଯାଇଛି । ସରକାରୀ ନିୟମ ଅନୁଯାୟୀ ଚାଷୀ ଚାହିଁଲେ ବାହାରେ ମଧ୍ୟ ନିଜ ଧାନ ବିକ୍ରି କରିପାରିବେ କିନ୍ତୁ ତାହାକୁ ସେ ନିଜେହିଁ ନେଇ ବିକ୍ରି କରିବାକୁ ପଡିବ । ଏହାସହ ଧାନ ବିକ୍ରି ର କଳାବଜାରି କୁ ରୋକିବା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ମାଲକାନଗିରି ଜିଲ୍ଲାପାଳ ମତ ଦେଇଛନ୍ତି । । The post ଧାନମଣ୍ଡିର ଶୁଭାରମ୍ଭ, ଦଲାଲଙ୍କୁ ଜଗିବ ସିସିଟିଭି appeared first on Odisha Bhaskar.