ଧରାପଡିଲେ ସାଇକୋ କିଲର୍ ଗ୍ୟାଙ୍ଗ୍ : ରଣପୁର ଜଙ୍ଗଲରେ ଲୁଚିଥିଲେ ୬ଅଭିଯୁକ୍ତ, ଦାମୀ କାର୍ ଜବତ

ଖୋର୍ଦ୍ଧା ୧୫।୦୭: ପୋଲିସ ହାତରେ ଧରାପଡିଲେ ସାଇକୋ କିଲର । ଖୋର୍ଦ୍ଧା ନିକଟସ୍ଥ ରଣପୁର ଜଙ୍ଗଲରୁ ୬ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ BMW ମଧ୍ୟ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ବାର କର୍ମଚାରୀ ଅଜୁ ବାରିକଙ୍କୁ ଅତି ନିର୍ମମ ଭାବେ ହତ୍ୟା  କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ  ନୟାପଲ୍ଲୀରେ ଜଣେ ଯୁବକଙ୍କୁ ଆକ୍ରମଣ କରି […]

ଧରାପଡିଲେ ସାଇକୋ କିଲର୍ ଗ୍ୟାଙ୍ଗ୍ : ରଣପୁର ଜଙ୍ଗଲରେ ଲୁଚିଥିଲେ ୬ଅଭିଯୁକ୍ତ, ଦାମୀ କାର୍ ଜବତ
ଖୋର୍ଦ୍ଧା ୧୫।୦୭: ପୋଲିସ ହାତରେ ଧରାପଡିଲେ ସାଇକୋ କିଲର । ଖୋର୍ଦ୍ଧା ନିକଟସ୍ଥ ରଣପୁର ଜଙ୍ଗଲରୁ ୬ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ BMW ମଧ୍ୟ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଅପରାହ୍ନରେ ବାର କର୍ମଚାରୀ ଅଜୁ ବାରିକଙ୍କୁ ଅତି ନିର୍ମମ ଭାବେ ହତ୍ୟା  କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ  ନୟାପଲ୍ଲୀରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ତେବେ ନୟାପଲ୍ଲୀ ଓ ଖୋର୍ଦ୍ଧାରେ ହତ୍ୟାକାଣ୍ଡ ପରେ ଦୁର୍ବୁତ୍ତମାନେ ଦଶପଲ୍ଲା ଜଙ୍ଗଲରେ ଲୁଚି ରହିଥିଲେ । ପୋଲିସ ଖବର ପାଇଁ ଚଢାଉ କରି ୬ଜଣଙ୍କୁ ଅଟକ ରଖିବା ସହ କାର୍‌କୁ ମଧ୍ୟ ଜବତ କରିଛି । ଦାମୀ କାର୍‌ରେ ବୁଲୁଛନ୍ତି ସାଇକୋ କିଲର୍‌, ଭୁବନେଶ୍ୱରେ ଛୁରାମାରିଲେ, ଖୋର୍ଦ୍ଧାରେ ମାରି ଦେଲେ