ଧାୱନ ଧମାକା: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ

ମୁମ୍ବାଇ – ଓପନର ଶିଖର ଧାୱନଙ୍କ ଧମାକାଦାର ଇନିଂସ ସହାୟତାରେ ୱାଙ୍ଖେଡେରେ ରବିବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଓପନିଂ ଯୋଡି କେଏଲ ରାହୁଲ (୬୧) ଏବଂ ମୟଙ୍କ ଅଗ୍ରୱାଲ(୬୯)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନର ଚାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ ଦିଲ୍ଲୀ ୧୦ଟି […] The post ଧାୱନ ଧମାକା: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ appeared first on The News Room.

ଧାୱନ ଧମାକା: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ
ମୁମ୍ବାଇ – ଓପନର ଶିଖର ଧାୱନଙ୍କ ଧମାକାଦାର ଇନିଂସ ସହାୟତାରେ ୱାଙ୍ଖେଡେରେ ରବିବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଓପନିଂ ଯୋଡି କେଏଲ ରାହୁଲ (୬୧) ଏବଂ ମୟଙ୍କ ଅଗ୍ରୱାଲ(୬୯)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନର ଚାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ ଦିଲ୍ଲୀ ୧୦ଟି ବଲ୍ ପୂର୍ବରୁ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ଦିଲ୍ଲୀର ଏହି ଜବରଦସ୍ତ ବିଜୟରେ ଅଭିଜ୍ଞ ଓପନର ଧାୱନ ନାୟକ ସାଜିଥିଲେ । ଧାୱନ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏକ ଆକର୍ଷଣୀୟ ପାଳି ଖେଳିଥିଲେ । ସେ ମାତ୍ର ୪୯ ବଲରେ ୧୩ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍ କରି ଦିଲ୍ଲୀର ବିଜୟ ପଥ ସୁଗମ କରିଥିଲେ । ଧାୱନଙ୍କ ବ୍ୟତୀତ ତାଙ୍କ ଓପନିଂ ପାର୍ଟନର ପୃଥ୍ୱୀ ଶ’ ମାତ୍ର ୧୭ ବଲରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ଦ୍ରୁତ ୩୨ ରନ୍ କରିଥିଲେ । ଉଭୟ ଦିଲ୍ଲୀକୁ ଏକ ବିସ୍ଫୋରକ ଷ୍ଟାର୍ଟ ଦେଇ ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ । ଧାୱନ ଓ ଶ’ ପ୍ରଥମ ୱିକେଟରେ କେବଳ ୩୩ ବଲରୁ ୫୯ ରନ୍ ଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରିଷଭ ପନ୍ତ ୧୫ ରନ୍ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ମାତ୍ର ୯ ରନ୍ କରି ଆଉଟ୍ ହୋଇଥିଲେ । ମାର୍କସ୍ ଷ୍ଟୋଇନିସ୍ ୨୭ ଏବଂ ଲଳିତ ଯାଦବ ୧୨ ରନ୍ କରି ଅପରାଜିତ ରହିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ଏହା ଦ୍ୱିତୀୟ ବିଜୟ । ଅନ୍ୟପକ୍ଷେ ପଞ୍ଜାବ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି । ପୂର୍ବରୁ ଦିଲ୍ଲୀ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା । ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ଓ କେଏଲ ରାହୁଲ ଇନିଂସ୍ ଓପନ୍ କରିଥିଲେ। ଆଉ ଉଭୟ ଆରମ୍ଭରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ରାହୁଲ୍ ୫୧ ବଲରେ ୭ଟି ଚୌକା ଓ ୨ଟି ଛକା ସହିତ ୬୧ ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ୩୬ ବଲରେ ୬୯ ରନ କରିଥିଲେ। ଯେଉଁଥିରେ ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପ୍ରଥମ ଓ୍ୱିକେଟ ଭାବରେ ମୟଙ୍କ ଏଲ ମେରିଓ୍ୱାଲାଙ୍କ ବଲରେ ଶୀଖର ଧାଓ୍ୱାନଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଏହି ସମୟରେ ପଞ୍ଜାବ ୧୨ ଓଭର ୪ଟି ବଲରେ ୧୨୨ ରନ କରିଥିଲା। ଏହାପରେ କେ ଏଲ ରାହୁଲ ରାବଡାଙ୍କ ବଲରେ କ୍ୟାଚ ଆଉଟ୍ ହୋଇ ୬୧ ରନ କରି ଆଉଟ୍ ହୋଇଥିଲେ। ଦୁଇ ଓପନର କିନ୍ତୁ ଆଉଟ୍ ହେବା ପରେ ପଞ୍ଜାବର ଆଉ କୌଣସି ଖେଳାଳି ସେତେଟା ଭଲ ଖେଳିନଥିଲେ। ଗେଲ୍ ୯ ବଲରେ ଗୋଟିଏ ଛକା ସହିତ ୧୧ ରନ କରି ଓ୍ୱକେଶଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ। ଏହାପରେ ପୋରାନ ୮ ବଲରେ ୯ ରନ କରି ଅଭେଶ ଖାନଙ୍କ ବଲରେ ଆଉଟ୍ ହୋଇଚିଲେ। ହେଲେ ଅପରାଜିତ ଥିବା ଶାହରୁଖ ଖାନ ୫ ବଲରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ୧୫ ରନ୍ କରି ଅପରାଜିତ ଥିଲେ। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୌଣସି ବଲରେ ସେତେଟା ଭଲ ପ୍ରଦର୍ଶନ କରିନଥିଲେ। ଓ୍ୱକେସ, ମେରିଓ୍ୱାଲା, ରାବଡା ଏବଂ ଅଭେଶ ଖାନ ଗୋଟିଏ ଓ୍ୱିକେଟ ନେଇଥିଲେ। The post ଧାୱନ ଧମାକା: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ appeared first on The News Room.