ନକଲି ବିଦେଶୀ ମଦ କାରବାର ବେଳେ ଚଢ଼ାଉ କଲା ଅବକାରୀ ବିଭାଗ, କର୍ମଚାରୀ ଗିରଫ ମାଲିକ ଫେରାର୍

ବ୍ରହ୍ମପୁର, ୧୦/୧୦: ନକଲି ବିଦେଶୀ ମଦ କାରବାର ଅଭିଯୋଗରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ । ୫ ଗିରଫ ସହ ୧୨୦ ଲିଟରରୁ ଉର୍ଦ୍ଧ୍ବ ମଦ ଜବତ । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗୋଟିଏ ଅଟୋ, ୨ଜଣ ସପ୍ଲାୟର୍‌, ଜଣେ ମାର୍କେଟିଂ ଏଜେଣ୍ଟ ସମେତ ୫ଜଣଙ୍କୁ ଗିରଫ କରିଛି ।  ପୂର୍ବରୁ ବ୍ରହ୍ମପୁର ପୋଲିସ ଦ୍ବାରା ଗିରଫ ହୋଇଥିବା ନକଲି ମଦ ମାଫିଆ ହରି ସାହୁ ଫେରାର୍ ହୋଇଯାଇଛି । ୩୦୦ ଟଙ୍କା ମଜୁରୀ ପାଇଁ ନକଲି ମଦ ଚାଲାଣ କରୁଥିବା ଜଣାପଡ଼ିଛି । ୬ ପ୍ୟାକେଟ୍ ମଦ ଚାଲାଣ ପାଇଁ ୧୮୦୦ ଟଙ୍କା ପ୍ରାପ୍ୟ ପାଇବା ପାଇଁ ମଦ ବ୍ୟବସାୟୀ କହିଥିଲେ। ଚାଲାଣକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ମଦ ମାଫିଆଙ୍କୁ ଧରି ପାରିଲା ନାହିଁ ଅବକାରୀ ବିଭାଗ । ତଦନ୍ତ ପରେ ସଂପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ । ମଦ ମାଫିଆ ହରି ମଦ ପ୍ୟାକେଟ ଗୁଡ଼ିକୁ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଡେଙ୍ଗାପଦର ଠାରେ ଦେବାକୁ କହିଥିଲା ।  ମଦ ଚାଲାଣ ବେଳେ ଚଢାଉ କରିଥିଲା ଅବକାରୀ ଗୁଇନ୍ଦା ବିଭାଗ।