ନିଜ ଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କଲେ, ଏବେ ହାଇକୋର୍ଟରେ ସୁରକ୍ଷା ମାଗୁଛନ୍ତି ହିନ୍ଦୁ ମହିଳା
ନୂଆଦିଲ୍ଲୀ ୨୯।୦୬: ପ୍ରଥମେ ମୁସଲିମ୍ ଧର୍ମ ଆପଣେଇଲ ଏବଂ ଏବେ ସୁରକ୍ଷା ପାଇଁ ହାଇକୋର୍ଟର ଦ୍ଵାରସ୍ଥ। ଇସଲାମ ଧର୍ମ ଆପଣେଇଥିବା ଜଣେ ହିନ୍ଦୁ ମହିଳା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ନିଜର ଏବଂ ନିଜ ପରିବାରକୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ମହିଳାଙ୍କ ଅନୁଯାୟୀ, ଯେବେଠୁ ସେ ନିଜ ଇଚ୍ଛାରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ତେବେଠୁ ତାଙ୍କୁ ଜୀବନରେ ମାରି ଦେବାକୁ ଧମ ଦିଆଯାଉଛି। ଉତ୍ତର ପ୍ରଦେଶ ପୋଲିସ, ମିଡିଆ ତଥା ଧାର୍ମିକ ସଂଗଠନ ତାଙ୍କ ପଛରେ ପଡି ଯାଇଥିବା ସେ ଅଭିଯୋଗ କରିଛନ୍ତି।
ଉତ୍ତର ପ୍ରଦେଶର ଶାହାଜହାନପୁର ଜିଲ୍ଲାର ନିବାସୀ ତଥା ଦିଲ୍ଲୀରେ କାମ କରୁଥିବା ମହିଳା ନିଜର ଏବଂ ନିଜ ପରିବାରର ସୁରକ୍ଷା ସହ ବ୍ୟକ୍ତିଗତ ଅଧିକାର ଦାବି କରିଛନ୍ତି। ମହିଳା ଜଣକ ନିଜ ଆବେଦନରେ କହିଛନ୍ତି, ଧର୍ମ ପରିବର୍ତ୍ତନ କାରଣରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍ କରାଯାଉଛି। ଗଣମାଧ୍ୟମ ତାଙ୍କ ବିଷୟରେ ଅରୁଚିକର ଖବର ପ୍ରସାରଣ କରୁଛନ୍ତି। ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍। ଆବେଦନକାରୀ ମହିଳା ସାବାଳକ ଏବଂ ସମ୍ବିଧାନ ତାଙ୍କୁ ନିଜର ଧର୍ମ ଚୟନ କରିବାର ଅଧିକାର ଦେଇଛି। ତାଙ୍କୁ ଯାହା ପସନ୍ଦ ସେ ସେହି ଧର୍ମ ଗ୍ରହଣ କରିବେ। ତାଙ୍କର ନିର୍ଣ୍ଣୟ ପାଇଁ ତାଙ୍କୁ ପ୍ରତାଡିତ କରାଯାଇ ପାରିବ ନାହିଁ କି ଟାର୍ଗେଟ୍ କରାଯାଇ ପାରିବ ନାହିଁ ବୋଲି ମହିଳା ଜଣକ କହିଛନ୍ତି।
ମହିଳାଙ୍କ ପକ୍ଷରୁ ହାଜର ଓକିଲ କମଲେଶ କୁମାର ମିଶ୍ର କହିଛନ୍ତି, ଆବେଦନ ଉପରେ ସମ୍ଭବତଃ ଆସନ୍ତାକାଲି ଶୁଣାଣି ହୋଇପାରେ। ଆବେଦନକାରୀଙ୍କ ନାମ ରେଣୁ ଗଙ୍ଗଓ୍ଵାର ଓରଫ ଆୟଶା ଅଲଭି(୨୭)। ସେ ମେ ୨୭ରେ ଦିଲ୍ଲୀରେ ଇସଲାମ ଧର୍ମ ଆପଣେଇଥିଲେ। ଜୁନ ୨୩ରେ ଯେବେ ସେ ଶାହାଜହାନପୁରରେ ଥିଲେ, ତେବେଠୁ ତାଙ୍କ ପାଖକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ୍ ଆସିବାରେ ଲାଗିଛି। ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରତିକ୍ରିୟା ଦେବାକୁ ଅନୁରୋଧ କରିଥିଲେ।
ମହିଳା କହିଛନ୍ତି, ତାଙ୍କ ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘରକୁ ଚାଲି ଆସିଲେ ଏବଂ ତାଙ୍କ ଫଟୋ ଉଠାଇବା ସହ ଭିଡିଓ ବନେଇଲେ। ଏପରିକି ତାଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ ଆସିବାରେ ଲାଗିଲା। ତାଙ୍କୁ ଟଙ୍କା ମଧ୍ୟ ମଗାଯାଉଛି। ମହିଳା କହିଛନ୍ତି, ତାଙ୍କଠୁ ଜବରଦସ୍ତି ୨୦ ହଜାର ଟଙ୍କା ଆଦାୟ କରି ନିଆଗଲା। କେବଳ ଏତିକି ନୁହେଁ ତାଙ୍କ ବିଷୟରେ ଗଣମାଧ୍ୟମରେ ଅବିରତ କାଳ୍ପନିକ କାହାଣୀ ପ୍ରସାରଣ କରାଗଲା। ଜୁନ ୨୪ରେ ସେ ଦିଲ୍ଲୀ ପୋଲିସ କମିସନରଙ୍କଠାରେ ଏହି ବିଷୟରେ ଅଭିଯୋଗ କରିଥିଲି ବୋଲି ମହିଳା କହିଛନ୍ତି।