ନେତାଗିରିର ଅର୍ଥ ଫର୍ଚ୍ୟୁନରରେ କାହାକୁ ଦଳି ଦେବା ନୁହେଁ, ଲକ୍ଷ୍ମୀପୁର କାଣ୍ଡକୁ ନେଇ ଏପରି କହିଲେ ୟୁପି ବିଜେପି ସଭାପତି

ଲକ୍ଷ୍ନୌ ୧୦।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି। ସେ ସଂଖ୍ୟାଲଘୁ ମୋର୍ଚ୍ଚାର କାର୍ଯ୍ୟସମିତିରେ କହିଛନ୍ତି ଯେ, ନେତା ଗିରିର ଅର୍ଥ କାହାକୁ ଲୁଟିବା ନୁହେଁ। ନେତା ଗିରିର ଅର୍ଥ ଫର୍ଚ୍ୟୁନରରେ କାହାକୁ ଦଳି ଦେବା ନୁହେଁ। ଭୋଟ୍ ଆପଣଙ୍କ ବ୍ୟବହାର କାରଣରୁ ଆପଣଙ୍କୁ ମିଳିଥାଏ। ଯେଉଁ ମହଲାରେ ଆପଣ ରହୁଛନ୍ତି, ସେଠାରେ ଯଦି ଆପଣଙ୍କୁ ୧୦ ଜଣ ଲୋକ ପ୍ରଶଂସା କରନ୍ତି ତେବେ ଛାତି ଗର୍ବରେ ଫୁଲି ଉଠେ। ଯଦି ଆପଣଙ୍କୁ କେହି ଚିହ୍ନି ପାରୁ ନାହାନ୍ତି କିମ୍ବା କେହି ଦେଖି ନାହାନ୍ତି ତେବେ ଆପଣଙ୍କ ବ୍ୟକ୍ତିତ୍ଵ କେଉଁ ପ୍ରକାରର ବୋଲି ସ୍ଵତନ୍ତ୍ର ଦେବ କହିଛନ୍ତି। ଉଲ୍ଲେଖନୀୟ ଲକ୍ଷ୍ମୀପୁର ଖେରିରେ ଗତ ରବିବାର ବିଜେପି ନେତା, କାର୍ଯ୍ୟକର୍ତ୍ତା ଓ କୃଷକଙ୍କ ମଧ୍ୟରେ ଭୀଷଣ ହିଂସା ହୋଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ଅଜୟ  ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କୃଷକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ଘଟଣାରେ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ହିଂସାରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ଆଶିଷ ମିଶ୍ରଙ୍କୁ ଗତକାଲି ଦୀର୍ଘ ୧୨ ଘଣ୍ଟାର ଜେରା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଘଟଣାସ୍ଥଳରେ ପୁଅ ଆଶିଷ ମିଶ୍ର ନଥିବା ବାପା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନି ଦୃଢତାର ସହ କହିଥିଲେ। କ୍ରାଇମବ୍ରାଞ୍ଚ ଆଶିଷଙ୍କୁ ହାଜର ହେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନୋଟିସ୍ ମାରିଥିଲେ। ଆଶିଷ ଗତ ଶୁକ୍ରବାର ହାଜର ନହେବାରୁ ଶନିବାର ୧୧ଟା ସୁଦ୍ଧା ହାଜର ହେବାକୁ ଅନ୍ତିମ ସମୟ ଦେଇଥିଲା କ୍ରାଇମ ବ୍ରାଞ୍ଚ। ଏହା ପରେ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୮ ମିନିଟ୍‌ରେ ଆଶିଷ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ।