ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଥରକ ଅନୁଗୁଳକୁ ଜାଗା ମିଳିବ ତ! ମଣ୍ଟୁ ଓ ବାପୁଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଜେଡିର ସ୍ଥିତି ଅନ୍ୟ ଦଳ ତୁଳନାରେ ବହୁତ ଭଲ ଅଛି। କିନ୍ତୁ ମନ୍ତ୍ରିମଣ୍ଡଳ ଗଠନ ବେଳକୁ ଜିଲ୍ଲାକୁ ବାରମ୍ବାର ଅଣଦେଖା କରାଯାଉଛି। ପାଖାପାଖି ୮ ବର୍ଷ ହେଲାଣି ଜିଲ୍ଲାରୁ ଜଣଙ୍କୁ ବି ମନ୍ତ୍ରୀ ପଦ ମିଳିନାହିଁ। ଏଣୁ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିବାରୁ ଜିଲ୍ଲାର ବଡ଼ ବଡ଼ ନେତା ପଦ ପାଇବା ଆଶାରେ ଅଛନ୍ତି। ଏହି ଦୌଡ଼ରେ ଜିଲ୍ଲାର ବରିଷ୍ଠ ନେତା ମଣ୍ଟୁ ସିଂହ ଓ ବାପୁ ପ୍ରଧାନ ଥିବା […]

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଥରକ ଅନୁଗୁଳକୁ ଜାଗା ମିଳିବ ତ! ମଣ୍ଟୁ ଓ ବାପୁଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଜେଡିର ସ୍ଥିତି ଅନ୍ୟ ଦଳ ତୁଳନାରେ ବହୁତ ଭଲ ଅଛି। କିନ୍ତୁ ମନ୍ତ୍ରିମଣ୍ଡଳ ଗଠନ ବେଳକୁ ଜିଲ୍ଲାକୁ ବାରମ୍ବାର ଅଣଦେଖା କରାଯାଉଛି। ପାଖାପାଖି ୮ ବର୍ଷ ହେଲାଣି ଜିଲ୍ଲାରୁ ଜଣଙ୍କୁ ବି ମନ୍ତ୍ରୀ ପଦ ମିଳିନାହିଁ। ଏଣୁ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିବାରୁ ଜିଲ୍ଲାର ବଡ଼ ବଡ଼ ନେତା ପଦ ପାଇବା ଆଶାରେ ଅଛନ୍ତି। ଏହି ଦୌଡ଼ରେ ଜିଲ୍ଲାର ବରିଷ୍ଠ ନେତା ମଣ୍ଟୁ ସିଂହ ଓ ବାପୁ ପ୍ରଧାନ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ତାଲିକାରେ ପାଲଲହଡ଼ା ବିଧାୟକ ମୁକେଶ ପାଳ ବି ଥିବା ନେଇ ଆଲୋଚନା ହେଉଛି। ନିକଟରେ ଶେଷ ହେଇଥିବା ଜିଲ୍ଲା ପରିଷଦରେ ନିର୍ବାଚନରେ ବିଜେଡି ୨୮ରୁ ୨୭ଟି ଆସନ ହାତେଇଥିବା ବେଳେ ପୌର ନିର୍ବାଚନରେ ୩ଟି ଯାକ ନଗରପାଳ ପଦବୀ ନିଜ ନାଁ ରେ କରିଛି। ସେହିପରି ଜିଲ୍ଲାର ୫ ଟି ଯାକ ବିଧାନସଭା କ୍ଷେତ୍ରରେ ବି ବିଜେଡି ବିଧାୟକ ଅଛନ୍ତି। ବିଜେଡି ପ୍ରତି ଜିଲ୍ଲାବାସୀଙ୍କ ସମର୍ଥନକୁ ଦେଖି ଅନୁଗୁଳକୁ ଏଥର ନବୀନ ନ୍ୟାୟ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହେଇଛି। ତେବେ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳୁଛି ତାହା କେବଳ ସମୟ କହିବ। ପ୍ରକାଶ ଯେ ଶେଷଥର ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ରହିଥିଲେ। ତା ପରଠୁ କେହି ବି ନବୀନଙ୍କ ବିଶ୍ୱାସଭାଜନ ହୋଇ ଏହି ପଦ ପାଇନାହାନ୍ତି। ତେବେ ଏଥରକ ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ତାହା କେବଳ ଦଳର ମୁଖିଆ ହିଁ ବାଛିବେ ବୋଲି ଜଣାଯାଇଛି।