ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଧଉଳି: ଉତରାଫାଣ୍ଡି ପୁଲିସ ଆଜି ନାବାଳିକା ଅପୖହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ହେଲେ କହ୍ନେଇ ମଲ୍ଲିକ (୨୫) । କହ୍ନେଇ ଜଣେ ୧୭ ବର୍ଷୀୟ ନାବାଳିକାକୁ ଅପହରଣ କରି ନେଇଥିବା ସଂପର୍କରେ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ । ୫ ମାସ ପୂର୍ବେ କହ୍ନେଇ ସଂପୃକ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ପରେ ‌କହ୍ନେଇ ଯୁବତୀଙ୍କୁ ଆଣି ନିଜ ଘରେ ରଖିଥିଲା । […] The post ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ first appeared on Sambad.

ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ
ଧଉଳି: ଉତରାଫାଣ୍ଡି ପୁଲିସ ଆଜି ନାବାଳିକା ଅପୖହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ହେଲେ କହ୍ନେଇ ମଲ୍ଲିକ (୨୫) । କହ୍ନେଇ ଜଣେ ୧୭ ବର୍ଷୀୟ ନାବାଳିକାକୁ ଅପହରଣ କରି ନେଇଥିବା ସଂପର୍କରେ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ । ୫ ମାସ ପୂର୍ବେ କହ୍ନେଇ ସଂପୃକ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲା । ପରେ ‌କହ୍ନେଇ ଯୁବତୀଙ୍କୁ ଆଣି ନିଜ ଘରେ ରଖିଥିଲା । ଖବର ପାଇ ପିପିଲି ଥାନା ପୁଲିସ ଗତକାଲି ଅତର୍କିତ ଚଢ଼ଉ କରି ଉଭୟଙ୍କୁ ଉଦ୍ଧାର କରିଥିଲା । ଆଜି ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଆସନ୍ତାକାଲି କହ୍ନେଇକୁ କୋର୍ଟ ଚାଲାଣ କରାଯିବ ବୋଲି ଉତରାଫାଣ୍ଡି ପୁଲିସ କହିଛି । ନାବାଳିକାଙ୍କ ଅଭିଯୋଗ ଆଧାରରେ  ନଂ ୧୨୬ ରେ ମାମଲା ରୁଜୁ ହୋଇଥିଲା । କୋର୍ଟରେ ବିଚାରପତିଙ୍କ ଆଗରେ ନାବାଳିକାର ବୟାନକୁ ଭିତ୍ତିକରି ସେ ସୁଧାର ଘରକୁ ଯିବ କି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ  ସେନେଇ ଯାହା  ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।The post ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ first appeared on Sambad.