ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାରରେ ଭଲ କାରବାର ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୬୮୯ ପଏଣ୍ଟ ବଢିଥିବା ନଜରକୁ ଆସିଛି। ପ୍ରାୟ ୨ ଦିନ ଶେୟାର ବଜାର ଖସିବା ପରେ ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୬୮୯.୯୧ ପଏଣ୍ଟ(୧.୪୩%) ଊର୍ଦ୍ଧ୍ୱରେ ରହି ୪୮,୭୮୨.୫୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୮,୮୫୪.୩୪ ପଏଣ୍ଟ ସ୍ତର ଛୁଇଁଥିଲା। ଏହା ସର୍ବକାଳୀନ ରେକର୍ଡ ସ୍ତର। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ବେଶ୍‌ […] The post ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି appeared first on Dharitri Odia News.

ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି
ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାରରେ ଭଲ କାରବାର ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୬୮୯ ପଏଣ୍ଟ ବଢିଥିବା ନଜରକୁ ଆସିଛି। ପ୍ରାୟ ୨ ଦିନ ଶେୟାର ବଜାର ଖସିବା ପରେ ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୬୮୯.୯୧ ପଏଣ୍ଟ(୧.୪୩%) ଊର୍ଦ୍ଧ୍ୱରେ ରହି ୪୮,୭୮୨.୫୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୮,୮୫୪.୩୪ ପଏଣ୍ଟ ସ୍ତର ଛୁଇଁଥିଲା। ଏହା ସର୍ବକାଳୀନ ରେକର୍ଡ ସ୍ତର। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ବେଶ୍‌ ଉନ୍ନତ ରହିଥିବା ଜଣାପଡିଛି। ନିଫ୍ଟି ୨୦୯.୯୦ ପଏଣ୍ଟ (୧.୪୮%) ଉଚ୍ଚରେ ରହିବା ଫଳରେ ୧୪,୩୪୭.୨୫ ପଏଣ୍ଟ ସହ ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଏହା ଦିନ ମଧ୍ୟରେ ସର୍ବକାଳୀନ ରେକର୍ଡ ୧୪,୩୬୭.୩୦ ପଏଣ୍ଟ ଛୁଇଁଥିଲା। ବଜାରରେ ଏଭଳି ଦ୍ରୁତ ବୃଦ୍ଧି ଯୋଗୁ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨.୪୬ ଲକ୍ଷ କୋଟି ଟଙ୍କା ବଢି ୧୯୫.୬୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ସେନ୍‌ସେକ୍ସ କମ୍ପାନୀଙ୍କ ମଧ୍ୟରେ ମାରୁତି ସୁଜୁକିର କାରବାର ବେଶ୍‌ ଉନ୍ନତ ରହିଛି। ଟେକ୍‌ ମହିନ୍ଦ୍ରା, ଇନ୍‌ଫୋସିସ୍‌, ଅଲ୍‌ଟ୍ରାଟେକ ସିମେଣ୍ଟ, ପାଓ୍ବାର ଗ୍ରୀଡ୍‌, ଏନ୍‌ଟିପିସିର ଶେୟାର ଭଲ କାରବାର କରିଛି। ଅପରପକ୍ଷରେ ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, ଏସ୍‌ବିଆଇ, ଆଇଟିସି ଏବଂ ଏଚ୍‌ଡିଏଫ୍‌ସିର ଶେୟାର କାରବାର ଖସିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ବିଜୟ ଏବଂ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ୟାକେଜ ଆଶାରେ ଶେୟାର ବଜାର କାରବାର ଭଲ ରହିଛି। ଏସିଆର ଅନ୍ୟ ଶେୟାର ବଜାରଗୁଡିକ ମଧ୍ୟ ଭଲ କାରବାର କରିଛନ୍ତି। The post ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି appeared first on Dharitri Odia News.