ନମୋ ନମୋ ଗୀତ ଗାଇ ରୋଗୀଙ୍କୁ ସୁସ୍ଥ ହେବାକୁ ଉତ୍ସାହିତ କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ

କୋଭିଡ-୧୯ ଭୂତାଣୁର ଦ୍ୱିତୀୟ ଲହରର ଭୟାବହତା ଜାରି ରହିଛି । ଏହି ଯୁଦ୍ଧରେ ଅନେକ ନିଜ ପ୍ରିୟଜନଙ୍କୁ ହରାଉଛନ୍ତି । ସମସ୍ତେ ଏହି ମହାମାରୀ ବିରୋଧରେ ଲଢେଇ ଜାରି ରଖିଛନ୍ତି । ସମ୍ମୁଖ ଯୋଦ୍ଧା ଭାବେ ନିରନ୍ତର କାମ କରଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏଭଳି ଦୁଃଖଦ ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବା ଉଲ୍ଲେଖନୀୟ । ତେବେ ସ୍ୱାସ୍ଥ୍ୟକର୍ମୀମାନେ କିଭଳି ରୋଗୀଙ୍କୁ ସୁସ୍ଥ ହେବାକୁ ସାହାଯ୍ୟ କରୁଛନ୍ତି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । Praying for […] The post ନମୋ ନମୋ ଗୀତ ଗାଇ ରୋଗୀଙ୍କୁ ସୁସ୍ଥ ହେବାକୁ ଉତ୍ସାହିତ କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ appeared first on Odisha Bhaskar.

ନମୋ ନମୋ ଗୀତ ଗାଇ ରୋଗୀଙ୍କୁ ସୁସ୍ଥ ହେବାକୁ ଉତ୍ସାହିତ କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ
କୋଭିଡ-୧୯ ଭୂତାଣୁର ଦ୍ୱିତୀୟ ଲହରର ଭୟାବହତା ଜାରି ରହିଛି । ଏହି ଯୁଦ୍ଧରେ ଅନେକ ନିଜ ପ୍ରିୟଜନଙ୍କୁ ହରାଉଛନ୍ତି । ସମସ୍ତେ ଏହି ମହାମାରୀ ବିରୋଧରେ ଲଢେଇ ଜାରି ରଖିଛନ୍ତି । ସମ୍ମୁଖ ଯୋଦ୍ଧା ଭାବେ ନିରନ୍ତର କାମ କରଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏଭଳି ଦୁଃଖଦ ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବା ଉଲ୍ଲେଖନୀୟ । ତେବେ ସ୍ୱାସ୍ଥ୍ୟକର୍ମୀମାନେ କିଭଳି ରୋଗୀଙ୍କୁ ସୁସ୍ଥ ହେବାକୁ ସାହାଯ୍ୟ କରୁଛନ୍ତି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । Praying for everyone's quick recovery God Bless https://t.co/bS8JLGKu15 — Amit Trivedi (@ItsAmitTrivedi) May 20, 2021 ଯେଉଁଥିରେ ୱାର୍ଡରେ ଉପସ୍ଥିତ ଥିବା ରୋଗୀଙ୍କ ପାଇଁ ଡାକ୍ତରଖାନା କର୍ମଚାରୀମାନେ ରୋଗୀଙ୍କ ପାଇଁ ଗୀତ ଗାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପିପିଇ କିଟ ପିନ୍ଧି ଏହି କର୍ମଚାରୀମାନେ ସଶାନ୍ତ ସିଂଙ୍କ ଚଳଚ୍ଚିତ୍ର କେଦାରନାଥର ନମୋ ନମୋ ଗୀତ ଗାଇ ରୋଗୀଙ୍କୁ ସୁସ୍ଥ ହେବାପାଇଁ ଉତ୍ସାହିତ କରୁଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଡାକ୍ତରଖାନାର ସ୍ୱାସ୍ଥ୍ୟ କର୍ମୀମାନେ ଗିଟାର ବଜାଉଛନ୍ତି ଏବଂ ପିପିଇ କିଟ୍ ପିନ୍ଧି ଗାୟକ ଅମିତ ତ୍ରିବେଦୀଙ୍କ ଗୀତ ନମୋ ନମୋ ଗାଉଥିବାର ଦେଖାଯାଉଛି । ଖାଲି ଗୀତ ଗାଇବା ନୁହେଁଁ କିଛି କର୍ମଚାରୀ ଗୀତ ଗାଇବା ସହ ଗୀତରେ ଝୁମି ଥିବାର ନଜର ଆସିଛନ୍ତି । ଏହି ଭିଡିଓ ଟ୍ୱିଟରରେ ସୁାଶନ୍ତ ସିଂ ରାଜପୁତଙ୍କ ଅନେକ ଫ୍ୟାନ ପେଜରେ ମଧ୍ୟ ସେୟାର କରାଯାଇଥିଲା । ଏହା ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏବଂ ‘ନମୋ ନମୋ’ର ସଂଗୀତ ନିର୍ଦ୍ଦେଶକ ଅମିତ ତ୍ରିବେଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ଏହି ଭିଡିଓକୁ ଦେଖିବା ସହ ରୋଗୀଙ୍କର ଆରୋଗ୍ୟ କାମନା କରିଛନ୍ତି । The post ନମୋ ନମୋ ଗୀତ ଗାଇ ରୋଗୀଙ୍କୁ ସୁସ୍ଥ ହେବାକୁ ଉତ୍ସାହିତ କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ appeared first on Odisha Bhaskar.