ନାମଯଜ୍ଞ କରି ନାମ ନେଲେ ନାଏବ ସରପଞ୍ଚ

ଗଞ୍ଜାମ,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି, କିନ୍ତୁ ଅମାନିମା ଲୋକେ କଟକଣା ଫୁ କରି ଉଡାଇ ଦେଉଛନ୍ତି । ଲୋକଙ୍କ ଅମାନିଆ ଗୁଣକୁ ଦେଖି ମହାମାରୀ କମିବା ବଦଳରେ ଦିନକୁ ଦିନ ବଢି ବଢି ଚାଲିଛି । ଏହାରି ମଧ୍ୟରେ ଗଞ୍ଜାମରେ ନାମଯଜ୍ଞ କରି ନାମ ନେଇଛନ୍ତି ନାଏବ ସରପଞ୍ଚ । ମର୍ଦରାଜପୁର ଗାଁରେ ନାମଯଜ୍ଞ ପରି ନାଏବ ସରପଞ୍ଚଙ୍କ ସମେତ ୧୧ ଜଣ ଗିରଫ ହୋଇଛନ୍ତି । ଡେଙ୍କାପଦ ପଞ୍ଚାୟତର ନାଏବ […] The post ନାମଯଜ୍ଞ କରି ନାମ ନେଲେ ନାଏବ ସରପଞ୍ଚ appeared first on Odisha Bhaskar.

ନାମଯଜ୍ଞ କରି ନାମ ନେଲେ ନାଏବ ସରପଞ୍ଚ
ଗଞ୍ଜାମ,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି, କିନ୍ତୁ ଅମାନିମା ଲୋକେ କଟକଣା ଫୁ କରି ଉଡାଇ ଦେଉଛନ୍ତି । ଲୋକଙ୍କ ଅମାନିଆ ଗୁଣକୁ ଦେଖି ମହାମାରୀ କମିବା ବଦଳରେ ଦିନକୁ ଦିନ ବଢି ବଢି ଚାଲିଛି । ଏହାରି ମଧ୍ୟରେ ଗଞ୍ଜାମରେ ନାମଯଜ୍ଞ କରି ନାମ ନେଇଛନ୍ତି ନାଏବ ସରପଞ୍ଚ । ମର୍ଦରାଜପୁର ଗାଁରେ ନାମଯଜ୍ଞ ପରି ନାଏବ ସରପଞ୍ଚଙ୍କ ସମେତ ୧୧ ଜଣ ଗିରଫ ହୋଇଛନ୍ତି । ଡେଙ୍କାପଦ ପଞ୍ଚାୟତର ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଗିରଫ ହୋଇଥିବା ଜଣାପଡିଛି । ତେବେ କଟକଣା ସତ୍ୱେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରାରେ ଶତାଧିକ ଲୋକ ସାମିଲ ହୋଇଥିଲେ । ଘଣ୍ଟ ମୃଦଙ୍ଗ ସହିତ ଶହଶହ ମହିଳା ମାନେ କଳସୀ ଯାତ୍ରା କରି ସାମାଜିକ ଦୂରତାକୁ ଭୁଲି ଯାଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀଙ୍କ ଏତଲା ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛି ପୋଲିସ । The post ନାମଯଜ୍ଞ କରି ନାମ ନେଲେ ନାଏବ ସରପଞ୍ଚ appeared first on Odisha Bhaskar.