ନିର୍ଦ୍ଧାରିତ ପ୍ରୋଗ୍ରାମରେ ହେବ NEET-JEE, ସୁପ୍ରିମକୋର୍ଟ ଦେଲେ ଗ୍ରୀନ୍ ସିଗନାଲ୍, କହିଲେ ପିଲାଙ୍କର ମୂଲ୍ୟବାନ ବର୍ଷ ନଷ୍ଟ ହୋଇପାରିବନି

ନୂଆଦିଲ୍ଲୀ ୧୭।୮: ଚଳିତ ବର୍ଷ ହେବାକୁ ଥିବା ଏକକ ମେଡିକାଲ ନାମଲେଖା ଏଣ୍ଟ୍ରାନ୍ସ NEET ଏବଂ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା JEE ଧାର୍ଯ୍ୟ ସୂଚୀ ଅନୁସାରେ ହେବ । ସର୍ବୋଚ୍ଚ ଅଦାଲତ ଏଥିଲାଗି ସବୁଜ ସଙ୍କେତ ଦେଇଛନ୍ତି । ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅବଗତ କରାଇବା ପରେ କୋର୍ଟ […]

ନିର୍ଦ୍ଧାରିତ ପ୍ରୋଗ୍ରାମରେ ହେବ NEET-JEE, ସୁପ୍ରିମକୋର୍ଟ ଦେଲେ ଗ୍ରୀନ୍ ସିଗନାଲ୍, କହିଲେ ପିଲାଙ୍କର ମୂଲ୍ୟବାନ ବର୍ଷ ନଷ୍ଟ ହୋଇପାରିବନି
ନୂଆଦିଲ୍ଲୀ ୧୭।୮: ଚଳିତ ବର୍ଷ ହେବାକୁ ଥିବା ଏକକ ମେଡିକାଲ ନାମଲେଖା ଏଣ୍ଟ୍ରାନ୍ସ NEET ଏବଂ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା JEE ଧାର୍ଯ୍ୟ ସୂଚୀ ଅନୁସାରେ ହେବ । ସର୍ବୋଚ୍ଚ ଅଦାଲତ ଏଥିଲାଗି ସବୁଜ ସଙ୍କେତ ଦେଇଛନ୍ତି । ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅବଗତ କରାଇବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିବା ଜଣାପଡିଛି । ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଏକ ଖଣ୍ଡପୀଠ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ସକୁ ସ୍ଥଗିତ ରଖିବା ନେଇ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି । ଅବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, କ’ଣ ଦେଶରେ ସବୁକିଛି ବନ୍ଦ କରିଦିଆଯିବ ? ଏପରି ଏକ ମୂଲ୍ୟବାନ ବର୍ଷକୁ କ’ଣ ନଷ୍ଟ କରିଦିଆଯିବ ? ଆବେଦନରେ କୋଭିଡ-୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଅଛି । ଏହାସହ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରୁ ହେବାର ଯୋଜନା ରହିଛି । ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ୧୧ଟି ରାଜ୍ୟରୁ ୧୧ ଜଣ ଛାତ୍ର ଅନୁରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।