ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର

ଚେନ୍ନାଇ,୨୦।୫: କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ ଏବଂ ହୋମଯଜ୍ଞ କରୁଛନ୍ତି। ତାମିଲନାଡୁରେ ସଦ୍ୟତମ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସ ମାଧ୍ୟମରେ କରୋନାକୁ ହରାଇବାକୁ ଲୋକେ ପ୍ରସ୍ତୁତି ଚଲାଇଛନ୍ତି। ତାମିଲନାଡୁର କୋଏମ୍ବାଟୁର ଜିଲାର କାମାଚିପୁରୀରେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଆଦିନାମ ମନ୍ଦିର ଜରିଆରେ ଏହି ମନ୍ଦିର ପ୍ରତିଷ୍ଠା […] The post ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର appeared first on Dharitri Odia News.

ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର
ଚେନ୍ନାଇ,୨୦।୫: କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ ଏବଂ ହୋମଯଜ୍ଞ କରୁଛନ୍ତି। ତାମିଲନାଡୁରେ ସଦ୍ୟତମ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସ ମାଧ୍ୟମରେ କରୋନାକୁ ହରାଇବାକୁ ଲୋକେ ପ୍ରସ୍ତୁତି ଚଲାଇଛନ୍ତି। ତାମିଲନାଡୁର କୋଏମ୍ବାଟୁର ଜିଲାର କାମାଚିପୁରୀରେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରାଯାଇଛି। ଆଦିନାମ ମନ୍ଦିର ଜରିଆରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି। ମନ୍ଦିରରେ ଦେଢ ଼ ଫୁଟ କଳା ପଥର ପ୍ରତିମାକୁ କରୋନା ଦେବୀଙ୍କ ପ୍ରତିମୂର୍ତ୍ତି ରୂପେ ପୂଜା କରାଯାଉଛି। ଏହି ମନ୍ଦିରରେ ୪୮ ଦିନ ପର୍ଯ୍ୟନ୍ତ ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ। ମନ୍ଦିର ପରିଚାଳନା ଏବଂ ଲୋକମାନେ କୁହନ୍ତି ପ୍ରକୃତି ମାକ୍ଷ ରାଗିଯାଇଛନ୍ତି, ତେଣୁ ସଂକ୍ରମଣର ମାତ୍ରା ବଢିବାରେ ଲାଗିଛି। ପୂଜାପାଠ କଲେ ଦେବୀ ଖୁସି ହେବେ। ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଭଗବାନ ସେମାନଙ୍କୁ ବିପରୀତ ପରିସ୍ଥିତିରେ ସାହାଯ୍ୟ କରନ୍ତି। ସେଥିପାଇଁ ସେମାନେ କରୋନା ଦେବୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ସେମାନଙ୍କ ଦୃଢ ବିଶ୍ୱାସ ରହିଛି ଯେ, ଭଗବାନ ନିଶ୍ଚିତ ଭାବରେ ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା କରିବେ। ଏହି ମନ୍ଦିରରେ ସାଧାରଣ ଲୋକଙ୍କ ପ୍ରବେଶ ଅନୁମତି ଦିଆଯିବ ନାହ। ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି ଯେ କରୋନା ବୃଦ୍ଧି ଯୋଗୁ ଲୋକଙ୍କୁ ମନ୍ଦିରକୁ ଆସି ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ନାହିଁ। ମନ୍ଦିର ପରିଚାଳନା ପକ୍ଷରୁ ଏହା ୪୮ ଦିନ ପାଇଁ ଆୟୋଜିତ ହେବ। The post ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର appeared first on Dharitri Odia News.