ପି ଟି ସି ପଡିଆ ଠାରେ ତୃତୀୟ ତାଇକୋଣ୍ଡା ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ

ପି ଟି ସି ପଡିଆ ଠାରେ ତୃତୀୟ ତାଇକୋଣ୍ଡା ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ । ଅନୁଗୋଳ : ମା ହିଙ୍ଗୁଳା ତାଇକୋଣ୍ଡା ଟ୍ରେନିଂ ସେଣ୍ଟର ଆନୁକୂଲ୍ୟରେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ପଡିଆ ଠାରେ ତୃତୀୟ ତାଇକୋଣ୍ଡା ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ 70 ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ନିଜର କଳା କୌଶଳ ପଦର୍ଶନ କରି ରଙ୍ଗୀନ ବେଲ୍ଟ ପ୍ରାପ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ଭାଇସ ପ୍ରିନ୍ସପାଲ ସି .ଭୋଇ , ସାଂମ୍ମାନୀତ ଅତିଥି ଭାବେ ଆସିଷ୍ଟାଣ୍ଡ କମାଣ୍ଡେଡ଼ ସି. ଆର ମାଝୀ , ଓଡିଶା ତାଇକୋଣ୍ଡା ଆସୋସେସନ ର ସମ୍ପାଦକ ଚିନ୍ମୟ ବେହେରା , ଜିଲ୍ଲା ତାଇକୋଣ୍ଡା ବିକାଶ ପରିଷଦ ଅନୁଗୋଳ ର ସଭାପତି ଶ୍ରୀକାନ୍ତ କୁମାର ପ୍ରଧାନ , ଜିଲ୍ଲା ତାଇକୋଣ୍ଡା ବିକାଶ ପରିଷଦ ଅନୁଗୋଳ ର ସମ୍ପାଦକ ପ୍ରଦୀପ ପ୍ରଧାନ , ଅନୁଗୋଳ ଜିଲ୍ଲା ତାଇକୋଣ୍ଡା ର ସମ୍ପାଦକ ଦୁଷ୍ମତ କୁମାର ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପୁରସ୍କାର ମଧ୍ୟ ବଣ୍ଟନ କରାଯାଇଥିଲା ।ଶେଷରେ ପ୍ରଦୀପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ପି ଟି ସି ପଡିଆ ଠାରେ ତୃତୀୟ ତାଇକୋଣ୍ଡା ରଙ୍ଗୀନ ବେଲ୍ଟ ଉତ୍ତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ