ପୁଅ ବାହା ହେବା ଯାଏଁ ବାପା-ମାଆଙ୍କର, କିନ୍ତୁ ଝିଅ ସବୁବେଳେ ଝିଅ, ସମ୍ପତ୍ତିରେ ସମାନ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ ।୮: ଝିଅମାନଙ୍କ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ସଂଶୋଧିତ ଉତ୍ତରାଧିକାର ଆଇନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ପୈତୃକ ସମ୍ପତ୍ତିରେ ପୁଅଙ୍କ ପରି ଝିଅମାନଙ୍କର ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହା ଉତ୍ତରାଧିକାର ଆଇନ ୨୦୦୫ରେ ହୋଇଥିବା ସଂଶୋଧନର ବ୍ୟାଖ୍ୟା । ୨୦୦୫ରେ ଏହି ଆଇନ ସଂଶୋଧନ କରାଯିବା ପୂର୍ବରୁ ମଧ୍ୟ ଯଦି […] The post ପୁଅ ବାହା ହେବା ଯାଏଁ ବାପା-ମାଆଙ୍କର, କିନ୍ତୁ ଝିଅ ସବୁବେଳେ ଝିଅ, ସମ୍ପତ୍ତିରେ ସମାନ ଅଧିକାର: ସୁପ୍ରିମକୋର୍ଟ appeared first on Odisha Bhaskar.

ପୁଅ ବାହା ହେବା ଯାଏଁ ବାପା-ମାଆଙ୍କର, କିନ୍ତୁ ଝିଅ ସବୁବେଳେ ଝିଅ, ସମ୍ପତ୍ତିରେ ସମାନ ଅଧିକାର: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ ।୮: ଝିଅମାନଙ୍କ ଉପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ସଂଶୋଧିତ ଉତ୍ତରାଧିକାର ଆଇନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ପୈତୃକ ସମ୍ପତ୍ତିରେ ପୁଅଙ୍କ ପରି ଝିଅମାନଙ୍କର ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏହା ଉତ୍ତରାଧିକାର ଆଇନ ୨୦୦୫ରେ ହୋଇଥିବା ସଂଶୋଧନର ବ୍ୟାଖ୍ୟା । ୨୦୦୫ରେ ଏହି ଆଇନ ସଂଶୋଧନ କରାଯିବା ପୂର୍ବରୁ ମଧ୍ୟ ଯଦି କୌଣସି ପିତାଙ୍କ ମୃତ୍ୟୁ ହୋଇଯାଇଥାଏ, ତଥାପି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ପୁଅମାନଙ୍କ ଭଳି ସମାନ ଅଂଶ ମିଳିବ । ଏକ ମାମଲାର ଶୁଣାଣ କରି ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଝିଅ ସବୁବେଳେ ଝିଅ ହୋଇ ରହିଥାଏ । କିନ୍ତୁ ବାହାହେବା ଯାଏଁ ବାପା-ମାଙ୍କର ପୁଅ ହୋଇ ରହିଥାଏ । ତେବେ ୨୦୦୫ ସେପ୍ଟେମ୍ବର ୯ର ଏହି ସଂଶୋଧନ ପୂର୍ବରୁ ଯଦି କୌଣସି ପିତାଙ୍କ ମୃତ୍ୟୁ ହୋଇଯାଇଥିବ ତେବେ ସମ୍ପତ୍ତି ଭାଗବଣ୍ଟା ସମୟରେ ସମାନ ଅଂଶ ଝିଅମାନଙ୍କୁ ବି ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସୁପ୍ରିମକୋର୍ଟ କହିଛନ୍ତି, ଝିଅମାନେ ସାରା ଜୀବନ ମା’ବାପାଙ୍କୁ ଭଲ ପାଇଥାନ୍ତି । ଗୋଟିଏ ଝିଅ ନିଜ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମା’-ବାପାଙ୍କ ପାଇଁ ପ୍ରିୟ ହୋଇ ରହିଥାଏ । କିନ୍ତୁ ବିବାହ ପରେ ପୁଅର ବ୍ୟବହାରରେ ପରିବର୍ତ୍ତନ ଆସିଯାଏ । କିନ୍ତୁ ଝିଅମାନଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଥାଏ । ଝିଅଟିଏ ବିବାହ କରିବା ପରେ ତା’ ପ୍ରତି ମା’ବାପାଙ୍କ ଭଲ ପାଇବା ଅଧିକ ବଢ଼ିଯାଏ । ତେଣୁ ପୈତୃକ ସମ୍ପତ୍ତିରେ ଝିଅମାନଙ୍କର ସମାନ ଅଧିକାର ରହିଛି । ଏପରି କରିବା ଦ୍ୱାରା ନାରୀ ଶକ୍ତିକୁ ଆହୁରି ମଜଭୁତ ହେବ । The post ପୁଅ ବାହା ହେବା ଯାଏଁ ବାପା-ମାଆଙ୍କର, କିନ୍ତୁ ଝିଅ ସବୁବେଳେ ଝିଅ, ସମ୍ପତ୍ତିରେ ସମାନ ଅଧିକାର: ସୁପ୍ରିମକୋର୍ଟ appeared first on Odisha Bhaskar.