ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ଅନୁଗୁଳ: ଏମସିଏଲ ତାଳଚେର ଦ୍ୱାରା ବାସଚ୍ୟୁତ ଓ ଜମି କ୍ଷତିଗ୍ରସ୍ତ ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥାରେ ଅନିୟମିତତା ଓ ଦୁର୍ନୀତିକୁ ପ୍ରମାଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାକୁ ତର୍ଜମା କରି ଗତ ତା.୨୨.୦୨.୨୦୨୩ରିଖ ଦିନ ବୈଠକ କରି ଦୁର୍ନୀତି ଗ୍ରସ୍ତ ଫାର୍ମଗୁଡ଼ିକୁ ତୁରନ୍ତ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଛି। ତଥାପି ତାଳଚେର ଓ ଏମସିଏଲର ଜଗନ୍ନାଥ କ୍ଷେତ୍ର, ଲିଙ୍ଗରାଜ କ୍ଷେତ୍ର ଓ ଭରତପୁର କ୍ଷେତ୍ରର ଅଧିକାରୀମାନେ ମିଳିତ ମସୁଧା […]

ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା
ଅନୁଗୁଳ: ଏମସିଏଲ ତାଳଚେର ଦ୍ୱାରା ବାସଚ୍ୟୁତ ଓ ଜମି କ୍ଷତିଗ୍ରସ୍ତ ପିଏପି ପାର୍ଟନରସିପ୍ ଫାର୍ମ ମହାସଂଘ ତରଫରୁ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥାରେ ଅନିୟମିତତା ଓ ଦୁର୍ନୀତିକୁ ପ୍ରମାଣ କରାଯାଇଛି। ଜିଲ୍ଲା ପ୍ରଶାସନ ଏହାକୁ ତର୍ଜମା କରି ଗତ ତା.୨୨.୦୨.୨୦୨୩ରିଖ ଦିନ ବୈଠକ କରି ଦୁର୍ନୀତି ଗ୍ରସ୍ତ ଫାର୍ମଗୁଡ଼ିକୁ ତୁରନ୍ତ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଛି। ତଥାପି ତାଳଚେର ଓ ଏମସିଏଲର ଜଗନ୍ନାଥ କ୍ଷେତ୍ର, ଲିଙ୍ଗରାଜ କ୍ଷେତ୍ର ଓ ଭରତପୁର କ୍ଷେତ୍ରର ଅଧିକାରୀମାନେ ମିଳିତ ମସୁଧା ହୋଇ ଜାଣିଶୁଣି କାଳ ବିଳମ୍ବ କରି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦୁର୍ନୀତି ଗ୍ରସ୍ତ ଠିକା କୋଇଲା ପରିବହନ ଭାଗିଦାରୀ ସଂସ୍ଥା ଗୁଡ଼ିକୁ ଖାରଜ କରିବାରେ ଅବହେଳା କରିଛନ୍ତି। ୨ ମାସ ବିତିବା ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଏହାକୁ ବିରୋଧ କରି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ PAP Partnership Firm ମହାସଂଘ ତରଫରୁ ପୁନର୍ବାର ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି।