ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ ମୋବ୍ ଲିଚିଙ୍ଗ୍ ଘଟଣା: ୮୦୦ ଜଣଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜ୍ଜୁ

ଲାହୋର ୦୫/୧୨ : ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଈଶାନିନ୍ଦା ଆରୋପରେ ଶ୍ରୀଲଙ୍କା ନାଗରିକଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୮୦୦ ରୁ ଅଧିକ ଲୋକଙ୍କ ବିରୋଧରେ ଆତଙ୍କବାଦ ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ଏବଂ ୧୧୮ ଜଣଙ୍କୁ ଗିରଫ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଓମରଣ ଖାନ ଶ୍ରୀଲଙ୍କା ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ମାମଲାରେ କୌଣସି ଦୋଷୀକୁ ଛଡା ଯିବନାହିଁ। ଶୁକ୍ରବାର ଦିନ କଟ୍ଟରପନ୍ଥୀ ଇସ୍ଲାମୀ ପାର୍ଟିର ସମର୍ଥକ ପ୍ରିୟନ୍ତା କୁମାରା ଦିୟାବଦାନାଙ୍କୁ ପିଟିପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡି ଦିଆଯାଇଥିଲା। ଈଶାନିନ୍ଦା ଆରୋପରେ ଏକ କପଡା କାରଖାନା ଉପରେ ହମଲା କରାଯାଇଥିଲା। ଶ୍ରୀଲଙ୍କାର କେଣ୍ଡି ନିବାସୀ ଦିୟାବଦାନା ଈସାଈ ଥିଲେ ଓ ଲାହୋରରୁ ପ୍ରାୟ ୧୦୦ କିଲୋମିଟର ଦୂର ସିଆଲକୋଟ ଜିଲ୍ଲାରେ କପଡା କାରଖାନାରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ପୋଲିସ ଅଧିକାରୀ କହିଛନ୍ତି, କୁମାରା କଟ୍ଟରପନ୍ଥୀ ତହରିକ-ଏ-ଲବ୍ବେକ ପାକିସ୍ତାନର ଏକ ପୋଷ୍ଟରକୁ ଫାଡ଼ି ଦେଇଥିଲେ ଯେଉଁଥିରେ କୁରାନର ପଂକ୍ତି ଲେଖା ହୋଇଥିଲା। ତାପରେ ତାକୁ ଡଷ୍ଟବିନ୍ରେ ଫୋପାଡ଼ି ଦେଇଥିଲେ। ଇସ୍ଲାମୀ ପାର୍ଟିର ପୋଷ୍ଟର କୁମାରାଙ୍କ କାର୍ଯ୍ୟାଳୟ ପାଖରେ କାନ୍ଥରେ ମରାଯାଇଥିଲା। କାରଖାନାର କିଛି କର୍ମଚାରୀ ତାଙ୍କୁ ପୋଷ୍ଟର ଫାଡ଼ିବା ଦେଖିଦେଇଥିଲେ। ଈଶାନିନ୍ଦା ଘଟଣାକୁ ନେଇ ଆଖପାଖରୁ ଶହ ଶହ ଲୋକ କାରଖାନା ବାହାରେ ଏକଜୁଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଟିଏଲପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ଥିଲେ। ଭିଡ ଭିତରେ ଲୋକେ କୁମାରାଙ୍କୁ କାରଖାନା ବାହାରକୁ ଟାଣି ଆଣିଥିଲେ ଓ ପିଟିପିଟି ତାଙ୍କୁ ହତ୍ୟା କରିଥିଲେ। କୁମାରାଙ୍କ ମୃତ୍ୟୁ ହୋଇଯିବାରୁ ପୋଲିସ ଆସିବା ପୂର୍ବରୁ ତାଙ୍କ ମୃତଦେହକୁ ପୋଡି ଦେଇଥିଲେ। ସୋସିଆଲ ମିଡ଼ିଆରେ ଏହାର ଅନେକ ଭିଡିଓ ଭାଇରାଲ ହୋଇଛି। ଶନିବାର ଦିନ ଘଟଣାର ଏକ ପ୍ରାରମ୍ଭିକ ରିପୋର୍ଟ ପୋଲିସ ମହାନିରୀକ୍ଷକ ରାଓ ସରଦାର ଅଲି ଖାନ ଓ ପଞ୍ଜାବ ସରକାରଙ୍କ ପ୍ରବକ୍ତା ହସନ ଖାରବାର ଦ୍ୱାରା ଗଣମାଧ୍ୟମ ସହ ସେୟାର କରାଯାଇଛି। ଖାନ କହିଛନ୍ତି ଯେ ପୋଲିସ ଏବେ ଯାଏଁ ୧୧୮ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଖାନ କହିଛନ୍ତି ଯେ ୮୦୦ ଜଣଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜ୍ଜୁ ହୋଇଛି।