ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି

ଜଳେଶ୍ୱର ୦୬।୦୩: ଭୋଗ ଖାଇ ଶତାଧିକ ଅସୁସ୍ଥ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗିଲାଜୁଡ଼ି ଗାଁରେ ଭଗବତୀ ପୂଜା ଭୋଜି ଓ ଭୋଗ ଖାଇ ୧୫୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ପୁରୁଷ, ମହିଳାଙ୍କ ସହ ଅନେକ ଶିଶୁ ରହିଛନ୍ତି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁସ କୁଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗିଲାଜୁଡି ଗାଁରେ ଦୁଇ ଦିନ ଧରି ଭଗବତୀ ପୂଜା ହେଉଥିଲା। ଖୁବ ଆଡ଼ମ୍ବର ସହକାରେ ଭଗବତୀ ପୂଜା ପାଳନ ହୋଇଥିବା ବେଳେ ମାଆଙ୍କ ପ୍ରସାଦ ବଣ୍ଟନ ହୋଇଥିଲା। ତେବେ ପ୍ରସାଦ ଖାଇବାର ୩ରୁ ୪ ଘଣ୍ଟା ପରେ କିଛି ଲୋକଙ୍କ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ପ୍ରଥମେ ଛୋଟ ଛୋଟ ପିଲା ପରେ ଅନ୍ୟମାନେ ଏଥିରେ ଆକ୍ରାନ୍ତ ହୋଇଥିଲେ। ରାତି ତମାମ ୧୦ଟି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆକ୍ରାନ୍ତଙ୍କୁ ପାଉଁସକୁଲି ଏବଂ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନେକ ଆକ୍ରାନ୍ତଙ୍କ ଚିକିତ୍ସା ଏବେବି ଜାରି ରହିଛି । ତେବେ ଚିନ୍ତାର କାରଣ ଯେ, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି ।