ପାଣି ସମସ୍ୟା ଘେରରେ ନାଗିଆପଶି ଗ୍ରାମ ପଞ୍ଚାୟତ

ପାଣି ସମସ୍ୟା ଘେରରେ ନାଗିଆପଶି ଗ୍ରାମ ପଞ୍ଚାୟତ ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନାଗିଆ ପଶି ଗ୍ରାମ ପଞ୍ଚାୟତର ପାଣି ସମସ୍ୟା ଦିନକୁ ଦିନ ଜଟିଳ ହେବାର ଲାଗିଛି । ୨୦୧୮ ମସିହାରେ ଗ୍ରାମରେ ଏକ ପାଣି ଟାଙ୍କି ପ୍ରତିଷ୍ଠା ହୋଇଥିଲା କିନ୍ତୁ ସେହି ଟାଙ୍କି ଟି କିଛି ଦିନ ଚାଲିବା ପରେ ପୁରା ବନ୍ଦ ହୋଇ କି ପଡି ରହିଛି । ତେଣୁ ପାନୀୟ ଜଳ ପାଇଁ ଗ୍ରାମବାସି ମାନେ ପୋଖରୀ ଓ କୂଅ ଉପରେ ନିର୍ଭର କରିଥାଆନ୍ତି । ପ୍ରଶାସନର ବହୁବାର ଦ୍ଵାରସ୍ତ ହେଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ଏମାନେ ବହୁ ରୋଗ ବ୍ୟାଧିରେ ପଡୁଥିବା ଖବର ଆମ ନଜର କୁ ଆସିଥିବା ଦେଖିବାକୁ ମିଳିଛି । ପ୍ରଶାସନ ଯଦି ଏହି ଗ୍ରାମ ପ୍ରତି ଦୃଷ୍ଟି ଦେବେ ଗ୍ରାମବାସୀ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି। ସଭାପତି ଆଶ୍ୱିନ ମହାନ୍ତି, ଶ୍ୟାମସୁନ୍ଦର ସ୍ଵାଇଁ, ପ୍ରଭାକର ପ୍ରଧାନ, ପଦିଆ ସାମଲ, ସନ୍ତୋଷ ସାହୁ, ଜଗା ସାମଲ, ସନ୍ତୋଷ ସାହୁ, ଉଗ୍ରେସନ ସେଠୀ, କବି ଦାସ, ଗୋବଦ୍ଧନ ସାହୁ, ମହାବିର ମହାନ୍ତି, ପ୍ରମିଳା ସେଠୀ, ସେ ଘିନି ସ୍ୱାଇଁ, ସୁକ ସାହୁ, ପ୍ରମିଳା ସାହୁ ସମେତ ଗ୍ରାମର ଅନ୍ୟ ମାନେ ଉପସ୍ଥିତ ରହି ଆମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସରକାର ତଥା ପ୍ରଶାସନ କେବେ ଏହି ନାଗିଆ ପଶି ପଞ୍ଚାୟତ ରେ ଖାଇବା ଓ ପିଇବା ପାଇଁ ପାଣି ଯୋଗାଇ ଦେଉଛନ୍ତି ।

ପାଣି ସମସ୍ୟା ଘେରରେ ନାଗିଆପଶି ଗ୍ରାମ ପଞ୍ଚାୟତ
ପାଣି ସମସ୍ୟା ଘେରରେ ନାଗିଆପଶି ଗ୍ରାମ ପଞ୍ଚାୟତ