ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍‌ସି ନେତା

କୋଲକାତା, ୧୩।୮: ପଶ୍ଚିମବଙ୍ଗର ଝାରଗ୍ରାମ ଜିଲାର ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା କରୋନା ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିଙ୍କୁ ବାଇକରେ ନେଇ ହସ୍ପିଟାଲରେ ଛାଡ଼ିଛନ୍ତି। ବ୍ୟକ୍ତିଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ଶେଷରେ ଟିଏମ୍‌ସିର ଗୋପୀବଲ୍ଲଭପୁର ଯୁବ ସଭାପତି ସତ୍ୟକାମ ପଟ୍ଟନାୟକ ନିଜେ ପିପିଇ କିଟ୍‌ ପରିଧାନ କରି ସେହି ବ୍ୟକ୍ତିଙ୍କୁ ବାଇକରେ ବସାଇ ହସ୍ପିଟାଲ ନେଇଥିଲେ। ସତ୍ୟକାମଙ୍କ ବାଇକରେ ସେହି ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲ ଯାଉଥିବାର ଭିଡିଓ ଏବେ ସୋସିଆଲ […] The post ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍‌ସି ନେତା appeared first on Dharitri Odia News.

ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍‌ସି ନେତା
କୋଲକାତା, ୧୩।୮: ପଶ୍ଚିମବଙ୍ଗର ଝାରଗ୍ରାମ ଜିଲାର ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା କରୋନା ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିଙ୍କୁ ବାଇକରେ ନେଇ ହସ୍ପିଟାଲରେ ଛାଡ଼ିଛନ୍ତି। ବ୍ୟକ୍ତିଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ଶେଷରେ ଟିଏମ୍‌ସିର ଗୋପୀବଲ୍ଲଭପୁର ଯୁବ ସଭାପତି ସତ୍ୟକାମ ପଟ୍ଟନାୟକ ନିଜେ ପିପିଇ କିଟ୍‌ ପରିଧାନ କରି ସେହି ବ୍ୟକ୍ତିଙ୍କୁ ବାଇକରେ ବସାଇ ହସ୍ପିଟାଲ ନେଇଥିଲେ। ସତ୍ୟକାମଙ୍କ ବାଇକରେ ସେହି ବ୍ୟକ୍ତିଙ୍କୁ ନେଇ ହସ୍ପିଟାଲ ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସତ୍ୟକାମଙ୍କ ଏହି କାର୍ଯ୍ୟକୁ ଏବେ ଚାରିଆଡ଼େ ବେଶ୍‌ ପ୍ରଶଂସା କରାଯାଇଛି। ଜଣାପଡ଼ିଛି ଯେ, ଅମଲ ବାରିକ ନାମକ ଜଣେ ବ୍ୟକ୍ତି ୫-୬ ଦିନ ହେବ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ସେହିଭଳି ଅମଲଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିବାରୁ ଭୟରେ କୌଣସି ସାହି ପଡ଼ିଶା ମଧ୍ୟ ସହାୟତା କରିବାକୁ ଆସି ନ ଥିଲେ। ଏଭଳି ପରିସ୍ଥିତିରେ ସତ୍ୟକାମ ସମସ୍ତ ଘଟଣା ଜାଣିବା ପରେ ନିଜେ ଏକ ବାଇକ ଯୋଗାଡ଼ କରିଥିଲେ। ଏହାପରେ ମେଡିସିନ ଦୋକାନରୁ ପିପିଇ କିଟ୍‌ କିଣି ତାକୁ ପିନ୍ଧିଥିଲେ। ପରେ ବାଇକ ଚଳାଇ ୩ କିମି ଦୂର ହସ୍ପିଟାଲକୁ ଅମଲଙ୍କୁ ନେଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ କିଛି ମେଡିସିନ ଧରି ପୁଣିଥରେ ଅମଲାଙ୍କୁ ଘରେ ଆଣି ଛାଡ଼ି ଦେଇଛନ୍ତି। ସତ୍ୟକାମଙ୍କ ଏହି କାମକୁ ଏବେ ଚାରିଆଡ଼େ ପ୍ରଶଂସା କରାଯାଉଛି। The post ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍‌ସି ନେତା appeared first on Dharitri Odia News.