ପିପିଲି ନିର୍ବାଚନ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୁଲିସ୍ ଡିଜି ଅଭୟ; ବୁଥ୍ ଜଗିବେ ସିଆରପିଏଫ୍ ଓ ଓଏସ୍ଏପି

  ପିପିଲି: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏହାପୂର୍ବରେ ନିର୍ବାଚନମଣ୍ଡଳୀରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । କେବେ ବିଜେଡି ନେତାଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସୁଛି ତ କେବେ ବିଜେପି ନେତା ପାଲଟା ଆରୋପ ଆଣୁଛନ୍ତି । ଏଭଳି ସ୍ଥିତିରେ ଆଜି ଡିଜିପି ଅଭୟ ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ,ଏଡିଜି ( ଆଇନଶୃଙ୍ଖଳା ), କେନ୍ଦ୍ରାଞ୍ଚଳ […] The post ପିପିଲି ନିର୍ବାଚନ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୁଲିସ୍ ଡିଜି ଅଭୟ; ବୁଥ୍ ଜଗିବେ ସିଆରପିଏଫ୍ ଓ ଓଏସ୍ଏପି first appeared on Sambad.

ପିପିଲି ନିର୍ବାଚନ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୁଲିସ୍ ଡିଜି ଅଭୟ; ବୁଥ୍ ଜଗିବେ ସିଆରପିଏଫ୍ ଓ ଓଏସ୍ଏପି
  ପିପିଲି: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏହାପୂର୍ବରେ ନିର୍ବାଚନମଣ୍ଡଳୀରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । କେବେ ବିଜେଡି ନେତାଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସୁଛି ତ କେବେ ବିଜେପି ନେତା ପାଲଟା ଆରୋପ ଆଣୁଛନ୍ତି । ଏଭଳି ସ୍ଥିତିରେ ଆଜି ଡିଜିପି ଅଭୟ ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ,ଏଡିଜି ( ଆଇନଶୃଙ୍ଖଳା ), କେନ୍ଦ୍ରାଞ୍ଚଳ ଡିଆଇଜି ଓ ପୁରୀ ଏସପି ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଲାଗି ୩ କମ୍ପାନି ସିଆରପିଏଫ୍ ଓ ରାଜ୍ୟ ପୁଲିସର ୨୯ ପ୍ଲାଟୁନ୍ ସଶସ୍ତ୍ର ବଳ ନିୟୋଜିତ ହେବେ। ଏଥିଲାଗି ପିପିଲି ନିର୍ବାଚନ ମଣ୍ଡଳୀକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍ ଲାଗି ୨ ଜଣ ଅତିରିକ୍ତ ଏସପି ଓ ୩ ଜଣ ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଛି। ସମୀକ୍ଷା ବୈଠକରେ ଡିଆଇଜି ଓ ପୁରୀ ଏସପିଙ୍କୁ ଗଣ୍ଡଗୋଳକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି କହିଛନ୍ତି କି ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି । ଏ ନେଇ ୬୦ ଜଣ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ନିର୍ବାଚନରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୮୦ ଟି ସମ୍ବେଦନଶୀଳ ବୁଥରେ ସିଆରପିଏଫ୍ ଯବାନ ମୁତୟନ ହେବେ। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରଦୀପ ମହାରଥୀ ଉକ୍ତ ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାୟକ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଆଶ୍ରିତ ପଟ୍ଟନାୟକ ପୁଣି ଥରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । The post ପିପିଲି ନିର୍ବାଚନ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ପୁଲିସ୍ ଡିଜି ଅଭୟ; ବୁଥ୍ ଜଗିବେ ସିଆରପିଏଫ୍ ଓ ଓଏସ୍ଏପି first appeared on Sambad.