ପରୀ ପାଇଁ ଶୁଖାଯିବ ପୋଖରୀ ! ପମ୍ପ୍ ସାହାଯ୍ୟରେ କଢାଯିବ ପାଣି

ନୟାଗଡ,୨୧/୧୨:  ପରୀ ପାଇଁ ଶୁଖାଯିବ ପୋଖରୀ । ପରୀ ମୃତଦେହର କିଛି ଅଂଶ ପୋଖରୀରେ ପଡିଥିବା ସନ୍ଦେହ କରୁଛି କ୍ରାଇମ ବ୍ରାଞ୍ଚ୍ । ତେଣୁ ଏପରି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି । ସୂଚନାନୁସାରେ, ନୟାଗଡ ଯଦୁପୁରର ୫ ବର୍ଷୀୟା ଶିଶୁ କନ୍ୟା ପରୀର ମୃତ୍ୟୁକୁ ୬ ମାସ ବିତିଲାଣି । ଏହି ଘଟଣାର ତଦନ୍ତ ଏବେ କ୍ରାଇମ୍ ବ୍ରାଞ୍ଚ୍ ଏସଆଇଟି କରୁଛି । ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ରବିବାର ଗିରଫ କରାଯାଇଛି । ଏହା ମଧ୍ୟରେ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିବାକୁ ପୋଖରୀ ଶୁଖାଯିବ । କାରଣ ପରୀ ଘରର ବାଡିପଟେ ରହିଛି ଏହି ପୋଖରୀ । ଏହା ନିକଟରୁ ପରୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପୋଖରୀରେ ପରୀ ଶରୀରର କିଛି ଅଂଶ ରହିଥିବା ନେଇ ଅନୁମାନ କରାଯାଉଛି । ତେଣୁ ପମ୍ପ ସାହାଯ୍ୟରେ ପୋଖରୀ ଶୁଖାଇବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ପରୀ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏବେ ତଦନ୍ତ ଜୋରସୋରରେ ଚାଲିଛି । ଏସଆଇଟିକୁ ସଫଳତା ମଧ୍ୟ ମିଳୁଥିବା ଦେଖିବାକୁ ମିଳିଛି ।