ପୁରୁଣା ବନ୍ଧୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ଵିଟରରେ ଅନଫଲୋ କଲେ ରାହୁଲ ଗାନ୍ଧୀ, ଜାଣନ୍ତୁ କାରଣ

ଭୋପାଳ ୦୧।୦୬: ଦିନ ଥିଲା ନିକଟତମ ବନ୍ଧୁ ଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ସଂପ୍ରତି ଦୂରତା ବଢିବାରେ ଲାଗିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦଳ ବଦଳ ପରେ ମଧ୍ୟ ରାହୁଲଙ୍କ ତାଙ୍କ ପ୍ରତି ଭଲ ପାଇବା ବାରମ୍ବାର ସାମ୍ନାକୁ ଆସୁଥିଲା। ତେବେ ନିକଟ ଘଟଣା ପରେ ଦୁଇ ନେତାଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡିଥିବା ଜାଣିବାକୁ ମିଳିଛି। ଏହି ପୂରା ମାମଲା ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥି ସହ ଜଡିତ ରହିଛି। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ଵିଟ୍ କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆଧୁନିକ ଭାରତର ନିର୍ମାତା ଏବଂ ଭାରତ ରତ୍ନ କହି ସମ୍ବୋଧିତ କରିଥିଲେ। ମାତ୍ର ପରେ ନିଜ ଟ୍ଵିଟରରେ ସଂଶୋଧନ କରି ଭାରତ ରତ୍ନ ଓ ଆଧୁନିକ ଭାରତର ନିର୍ମାତା ପରି ଶବ୍ଦ ହଟାଇ ଦେଇଥିଲେ। କୁହାଯାଉଛି ବିଜେପିର ଆପତ୍ତି ପରେ ସିନ୍ଧିଆ ପ୍ରଥମ ଟ୍ଵିଟ୍ ଡିଲିଟ୍ କରି ଦେଇଥିଲେ। ପ୍ରଥମ ଟ୍ଵିଟ୍ ସୁଧାରି ଦ୍ଵିତୀୟ ଟ୍ଵିଟ୍ କରିଥିଲେ। ସିନ୍ଧିଆଙ୍କ ଏମିତି ପଦକ୍ଷେପରେ ରାହୁଲ ଗାନ୍ଧୀ ଖୁବ୍ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଏହି କାରଣରୁ ସେ ସିନ୍ଧିଆଙ୍କୁ ନିଜର ଟ୍ଵିଟରରୁ ଅନଫଲୋ କରି ଦେଇଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ନରମ ଆଭିମୁଖ୍ୟ ପୋଷଣ କରି ଚାଲିଥିଲେ। ରାହୁଲ ସିନ୍ଧିଆଙ୍କୁ ନେଇ କହିଥିଲେ ଯେ, ଯଦି ସିନ୍ଧିଆ କଂଗ୍ରେସରେ ଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ହୋଇ ସାରିଥାନ୍ତେ। ବିଜେପିକୁ ଯାଇ ସେ ବ୍ୟାଙ୍କ ବେଞ୍ଚର ହୋଇଗଲେ ବୋଲି ରାହୁଲ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ସିନ୍ଧିଆ ନିଶ୍ଚୟ ଦିନେ ନା ଦିନେ କଂଗ୍ରେସକୁ ଫେରିବେ। କିନ୍ତୁ ଏବେ ପରିଦୃଶ୍ୟରେ ପରିବର୍ତ୍ତନ ଆସିଛି। ରାହୁଲ ଗାନ୍ଧୀ ଟ୍ଵିଟରରେ ଅନଫଲୋ କରିବା ପରେ ଦୁଇ ନେତାଙ୍କ ମଧ୍ୟରେ ଦୂରତା ବଢି ଯାଇଛି। ଏହି ମାମଲାରେ କଂଗ୍ରେସ ମୁଖପାତ୍ର କେକେ ମିଶ୍ର କହିଛନ୍ତି, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉଭୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନିଜର  ଟ୍ଵିଟର ହ୍ୟାଣ୍ଡେଲରୁ ଅନଫଲୋ କରି ଦେଇଛନ୍ତି। ଏହା ବହୁ ପୂର୍ବରୁ ହୋଇଯିବାର ଥିଲା। ବଳିଦାନ ଦେଇଥିବା ପରିବାର କୌଣସି ଗଦ୍ଦାରର ସମର୍ଥନ କରିବେ, ଏହା ହୋଇ ପାରିବ ନାହିଁ।