ପ୍ରତିରକ୍ଷା ସମ୍ପର୍କିତ ସଂସଦ ସ୍ଥାୟୀ କମିଟି ବୈଠକରୁ ଉଠିଗଲେ ରାହୁଲ ଗାନ୍ଧି, ସେନା ପୋଷାକ ଲାଗି ହୋଇପାରିଲାନି ନିଷ୍ପତ୍ତି

ନୂଆଦିଲ୍ଲୀ ୧୭।୧୨: ପ୍ରତିରକ୍ଷା ସମ୍ପର୍କିତ ସଂସଦ ସ୍ଥାୟୀ କମିଟି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ତେବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ପୋଷାକ ନେଇ ସେନା କେବେଠୁ ରାଜନେତାଙ୍କ ପରାମର୍ଶ ଲୋଡ଼ିଲାଣି ବୋଲି ପ୍ରଶ୍ନ କରିବାରୁ ବୈଠକ ଭଣ୍ଡୁର ହୋଇଯାଇଛି। କମିଟି ବୈଠକରେ କଂଗ୍ରେସ ସାଂସଦମାନଙ୍କୁ କହିବାକୁ ଅନୁମତି ମିଳିନଥିଲା। ଏଣୁ ରାହୁଲ ଗାନ୍ଧି ବୈଠକ ବହିଷ୍କାର କରିବାରୁ ଅନ୍ୟ କଂଗ୍ରେସ ସାଂସଦମାନେ ଉଠି ପଳାଇଥିଲେ। ଏଣୁ ସେନାଙ୍କ ଲାଗି ପୋଷାକ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ବୈଠକ ଆରମ୍ଭରେ ବିଜେପି ରାଜ୍ୟସଭା ସାଂସଦ ଲେଫ୍ଟନାଣ୍ଟ ଜେନେରାଲ ଦେବେନ୍ଦ୍ର ପାଲ ବତ୍ସ ସେନା ପୋଷାକରେ ପରିବର୍ତ୍ତନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ୩ ସେନାର ନାମ ଓ ରାଙ୍କ ଗୋଟିଏ ପ୍ରକାର ହେବା ଦରକାର ବୋଲି କହିଥିଲେ। ଯେପରି ପଦବୀକୁ ନେଇ କୌଣସି ଭ୍ରମ ସୃଷ୍ଟି ନ ହୁଏ। ଏହାର କାରଣ ସମ୍ପର୍କରେ ମଧ୍ୟ ସେ କହିଥିଲେ। ପରେ ସିଡିଏସ୍ ରାୱତ କମିଟିରେ ବିଭିନ୍ନ ଦେଶର ସେନାଙ୍କ ପୋଷାକର ପ୍ରେଜେଣ୍ଟେସନ ଦେବା ଆରମ୍ଭ କରିଦେଇଥିଲେ। ତେବେ ପ୍ରସଙ୍ଗରେ କଂଗ୍ରେସ ସାଂସଦମାନେ ମତାମତ ରଖିବାକୁ ଚାହିଁବିାରୁ କମିଟି ଅଧ୍ୟକ୍ଷ ଜୁଏଲ ଓରାମ ସେମାନଙ୍କୁ କିଛି କହିବାକୁ ଅନୁମତି ଦେଇ ନଥିଲେ। ଏଥିରେ ରାହୁଲ ଗାନ୍ଧି ପୋଷାକ ମାମଲାରେ ସେନା କେବେଠାରୁ ରାଜନେତାଙ୍କ ରାୟ ନେଲାଣି ବୋଲି ପ୍ରଶ୍ନ କରିଥିଲେ। ସେନାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି, ଲଦ୍ଦାଖ ପରିସ୍ଥିତି ଓ ଏଥିରେ ସରକାରଙ୍କ ସହଯୋଗ ଆଦି ଥିବା ବେଳେ ରାଜନେତା ସେନାର ପୋଷାକ ଓ ରାଙ୍କର ନିଷ୍ପତ୍ତି କାହିଁକି ନେବେ ବୋଲି ପ୍ରଶ୍ନ କରିଥିଲେ। ତେବେ କମିଟି ଅଧ୍ୟକ୍ଷ ପ୍ରସଙ୍ଗରେ କଂଗ୍ରେସ ଅନ୍ୟ ସଦସ୍ୟଙ୍କୁ କହିବାକୁ ଅନୁମତି ନ ଦେବାକୁ ରାହୁଲଙ୍କ ସମେତ ସମସ୍ତ କଂଗ୍ରେସ ସାଂସଦ ବୈଠକ ବହିଷ୍କାର କରିଥିଲେ। ଏଣୁ ସେନାର ପୋଷାକ ନେଇ ନିଷ୍ପତ୍ତି ନ ହୋଇ ପାରିବାରୁ ସିଡିଏସ ରାୱତ ମଧ୍ୟ ମୁହଁ ସୁଖାଇ ଫେରିଥିବା ଦେଖାଯାଇଛି।