ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ- ‘ମୋତେ ମଧ୍ୟ ଗିରଫ କର’

ନୂଆଦିଲ୍ଲୀ, ୧୬/୫ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଏକ ପୋଷ୍ଟରକୁ ନେଇ ଯେଉଁ ଗିରଫଦାରୀ ହୋଇଛି , ସେହି ପୋଷ୍ଟରକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି। ପୋଷ୍ଟରର ଚିତ୍ର ସେୟାର କରିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋତେ ମଧ୍ୟ ଗିରଫ କର । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟରରେ ପ୍ରୋଫାଇଲ ଫଟୋକୁ ବଦଳାଇ ସମାନ ପୋଷ୍ଟର ରଖିଥିଲେ। ଘଟଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟର […] The post ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ- ‘ମୋତେ ମଧ୍ୟ ଗିରଫ କର’ appeared first on Odisha Bhaskar.

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ- ‘ମୋତେ ମଧ୍ୟ ଗିରଫ କର’
ନୂଆଦିଲ୍ଲୀ, ୧୬/୫ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଏକ ପୋଷ୍ଟରକୁ ନେଇ ଯେଉଁ ଗିରଫଦାରୀ ହୋଇଛି , ସେହି ପୋଷ୍ଟରକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି। ପୋଷ୍ଟରର ଚିତ୍ର ସେୟାର କରିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋତେ ମଧ୍ୟ ଗିରଫ କର । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟରରେ ପ୍ରୋଫାଇଲ ଫଟୋକୁ ବଦଳାଇ ସମାନ ପୋଷ୍ଟର ରଖିଥିଲେ। ଘଟଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟର ଲଗାଇବା ପାଇଁ ୨୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ଏବଂ ୨୫ ଟି ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ କରିଛି । ଏହି ପୋଷ୍ଟରଗୁଡିକ ଦିଲ୍ଲୀର ଅନେକ ସ୍ଥାନରେ ଲଗାଯାଇଥିଲା । ଏଥିରେ ଲେଖାଥିଲା, “ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶ ପଠାଇଲ?” ଦିଲ୍ଲୀର ଶାହଦରା, ରୋହିଣୀ, ରିଥାଲା, ଦ୍ୱାରକା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପୋଷ୍ଟର ଦେଖିବାକୁ ମିଳିଥିଲା। ମେ ୧୨ ରେ, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୋଲିସର ଏହି ପୋଷ୍ଟର ଥିବା ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ୧୩ ମେ ସୁଦ୍ଧା ସମସ୍ତ ପୋଷ୍ଟର ହଟାଯାଇଥିଲା ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୧୯ ବର୍ଷର ବାଳକ ରହିଛି , ୩୦ ବର୍ଷର ଅଟୋ ଡ୍ରାଇଭର ଏବଂ ୬୧ ବର୍ଷ ବୟସ୍କ ମଜୁରୀ କର୍ମଚାରୀ ରହିଛନ୍ତି । ପୋଲିସର ସୂଚନା ଅନୁଯାୟୀ ଉତ୍ତର ଦିଲ୍ଲୀରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କୁ ତିନୋଟି ପୋଷ୍ଟର ଲଗାଇବା ପାଇଁ ୫୦୦ ଟଙ୍କା ଦିଆଯାଇଛି। ଅନ୍ୟ ଏକ ମାମଲା ଶାହାଦାରେ ପଞ୍ଜୀକୃତ ହୋଇଥିଲା, ଯେଉଁଠାରେ ପୋଲିସ ଏହି ଘଟଣାର ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ଲୋକଙ୍କୁ ଧରିବାକୁ ଚେଷ୍ଟା କରିଥିଲା। The post ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ- ‘ମୋତେ ମଧ୍ୟ ଗିରଫ କର’ appeared first on Odisha Bhaskar.