ପରିବା ଦର ଆକାଶ ଛୁଆଁ, ଯାହାକୁ ଛୁଇଁବ ୫୦ : କାର୍ତ୍ତିକ ମାସରେ ବି କମିବନି ଦର

ଭୁବନେଶ୍ବର ୧୬।୧୦: ବର୍ଷା ଏବଂ ବନ୍ୟା ପାଇଁ ପରିବା ବଜାରରେ ନିଆଁ । ରାଜ୍ୟରେ ଚାଷ ପ୍ରଭାବିତ ହୋଇଥିବା ବେଳେ ବାହାରୁ ଆବଶ୍ୟକତା ଅନୁଯାୟୀ ଆମଦାନୀ ହୋଇପାରୁନି ପରିବା । ପାଗ ଦେଖି ମହାଜନ ବି ଅଧିକ ପରିବା ଆଣୁନାହାନ୍ତି । ଯାହା ଫଳରେ ୫୦ ଟଙ୍କା ତଳକୁ ବଜାରରେ ପରିବା ନାହିଁ । ସେପଟେ ହାଟ ନିଜ ସ୍ଥାନରେ ବସୁନଥିବାରୁ ବ୍ୟବସାୟୀଙ୍କ ଉପରେ ସଂଘର ନିୟନ୍ତ୍ରଣ ରହୁନି । ମନଇଛା ଦର କଷୁଛନ୍ତି ବ୍ୟବସାୟୀ । ପରିବା ବଜାରରେ ନିଆଁ । ଯାହାକୁ ଛୁଇଁବ ୫୦ । ବେପାରୀଙ୍କ ମୁହଁରେ ଆଉ କେଜି ଡାକ ନାହିଁ ଅଢେଇ ଶହରୁ ଆରମ୍ଭ ହେଉଛି ଡାକ । ଆଳୁ ପିଆଜଠୁ ଆରମ୍ଭ କରି କଞ୍ଚା ପରିବା ଦର ଏବେ ଆକାଶ ଛୁଆଁ । ବାଇଗଣ ୬୦, ବିଲାତି ୪୦ ରୁ ୫୦, ବିନ୍ସ ୬୦ ରୁ ୮୦, କାଙ୍କଡ ୫୦, ବନ୍ଧାକୋବି ୫୦ ରୁ ୬୦, ଝୁଡଙ୍ଗ ୪୦ରୁ ୫୦, କଲରା ୫୦ ଟଙ୍କାରେ ମିଳୁଥିବା ବେଳେ ଫୁଲ କୋବି ଗୋଟା ଦର ରହିଛି ୪୦ ରୁ ୬୦ ଟଙ୍କା । ଏହାଛଡା ପିଆଜ ୫୦ ଟଙ୍କାରେ ମିଳୁଥିବା ବେଳେ ଆଳୁ କେଜି ପ୍ରତି ଦର ରହିଛି ୩୫ । ୫ଶହ ଟଙ୍କାରେ ବି ବ୍ୟାଗ୍ ପୁରୁନି । ପରିବାର ଉଚ୍ଚା ଦର ପାଇଁ ହନ୍ତସନ୍ତ ଖାଉଟି । ସେପଟେ ରାଜଧାନୀ ଭୁବନେଶ୍ବରର ମୁଖ୍ୟ ମାର୍କେଟ କୁହାଯାଉଥିବା ୧ ନମ୍ବର ପରିବା ମାର୍କେଟ ଅବସ୍ଥା ନକହିବା ଭଲ । ଅସ୍ବାସ୍ଥ୍ୟକର ପରିବେଶରେ ହାଟ ବସୁଥିବାରୁ ଗ୍ରାହକ ଯିବାକୁ ନାକ ଟେକୁଛନ୍ତି । ବର୍ଷା ବନ୍ୟା ପାଇଁ ରାଜ୍ୟରେ ଚାଷ ପ୍ରଭାବିତ ହୋଇଛି । କର୍ଣ୍ଣାଟକ, ରାଞ୍ଚି ନାସିକରେ ବି ପ୍ରବଳ ବର୍ଷା ଲାଗି ରହିଛି । ସେଠାରୁ ବି ଆବଶ୍ୟକ ମୁତାବକ ପରିବା ଆସୁନି । ପାଗ ଦେଖି ପରିବା ମହାଜନ ବି ଅଧିକ ପରିବା କିଣି ବ୍ୟବସାୟୀଙ୍କୁ ଦେବାକୁ ରାଜି ହେଉନାହାନ୍ତି । ଅନ୍ୟପଟେ କରୋନା କଟକଣା ପାଇଁ କେଉଁଠି ବଜାର ପଡିଆରେ ବସୁଛି ତ ଆଉ କେଉଁଠି ରାସ୍ତା କଡରେ । ତେଣୁ ବେପାରୀଙ୍କ ଉପରେ ବ୍ୟବସାୟୀ ସଂଘର କୌଣସି ନିୟନ୍ତ୍ରଣ ରହୁନି । ମନଇଛା ଦର କଷୁଛନ୍ତି ବ୍ୟବସାୟୀ । ଆହୁରି ୧୫-୨୦ ଦିନ ଯାଏଁ ପରିବା ଦର କମିବାର ସମ୍ଭାବନା ନାହିଁ । କାର୍ତ୍ତିକ ମାସରେ ବି ପରିବା ଦରରେ ବିଶେଷ ପରିବର୍ତ୍ତନ ହେବନି ।