ପରିବାର ସହ ନଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭଲ ସମ୍ପର୍କ । ବଡ଼ ବୟାନ ରଖିଲେ ଶିବସେନା ନେତା ସଞ୍ଜୟ ରାଉତ ।

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଏହା ବାବଦରେ ଶିବସେନା ନେତା ସଞ୍ଜୟ ରାଓତ ମୁଖପତ୍ର ସାମନାରେ ଅନେକ ଅଭିଯୋଗ କରିଛନ୍ତି । ସଞ୍ଜୟ ରାଓତ ବିହାର ପୁଲିସ ଏବଂ କେନ୍ଦ୍ରକୁ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଜଣେ ବିଜେପି କର୍ମୀ […]

ପରିବାର ସହ ନଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭଲ ସମ୍ପର୍କ । ବଡ଼ ବୟାନ ରଖିଲେ ଶିବସେନା ନେତା ସଞ୍ଜୟ ରାଉତ ।
କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଏହା ବାବଦରେ ଶିବସେନା ନେତା ସଞ୍ଜୟ ରାଓତ ମୁଖପତ୍ର ସାମନାରେ ଅନେକ ଅଭିଯୋଗ କରିଛନ୍ତି । ସଞ୍ଜୟ ରାଓତ ବିହାର ପୁଲିସ ଏବଂ କେନ୍ଦ୍ରକୁ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଜଣେ ବିଜେପି କର୍ମୀ ଏବଂ ୨୦୦୯ ମସିହାରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ରାଓତ ଲେଖିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ ହାତରେ ପହଞ୍ଚିଛି । ମୁମ୍ବାଇ ପୁଲିସର ତଦନ୍ତ ଆରମ୍ଭ ହୋଇଥିବାବେଳେ ବିହାର ସରକାର ସିବିଆଇ ତଦନ୍ତ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ଅନୁମୋଦନ କରିଛନ୍ତି । ଏକ ମାମଲାକୁ ରାଜନୀତିକରଣ କରିବା ପାଇଁ, ସିବିଆଇ, ଇଡି ପରି କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରାଯାଇଛି । ସେ ତାଙ୍କ ଆଲେଖ୍ୟରେ ଲେଖିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମାମଲାରେ ବିହାର ସରକାର ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । କିଛି ବର୍ଷ ମଧ୍ୟରେ, ସୁଶାନ୍ତ ମୁମ୍ବାଇବାସୀ ହୋଇଯାଇଥିଲେ । ତାଙ୍କର ବିହାର ସହିତ କୌଣସି ସମ୍ପର୍କ ନଥିଲା । ମୁମ୍ବାଇ ତାଙ୍କୁ ସମ୍ପୂର୍ଣ୍ଣ ଗୌରବ ଦେଇଥିଲା । ସଂଘର୍ଷ ସମୟରେ ବିହାର ତାଙ୍କ ପଛରେ ନଥିଲା । ସୁଶାନ୍ତଙ୍କର ତାଙ୍କ ବାପାଙ୍କ ସହ ସମ୍ପର୍କ ଭଲ ନଥିଲା । ପିତାଙ୍କ ଦ୍ୱିତୀୟ ବିବାହକୁ ସୁଶାନ୍ତ ପସନ୍ଦ କରୁନଥିଲେ । ଆଉ ଏବେ ତାଙ୍କ ବାପାଙ୍କୁ କୁହାଯାଇ ଏତଲା ଦିଆଯାଇଛି ଓ ସିବିଆଇ ତଦନ୍ତ କରାଯାଉଛି ।