ପରିବାରର ୩ ସଦସ୍ୟଙ୍କୁ ଟ୍ରାକ୍ଟର ଚାପି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଭୋପାଳ,୨୯/୧୧:  ପ୍ରଥମେ ଟ୍ରାକ୍ଟର ଚଢାଇ ପରିବାରର ୩ଜଣଙ୍କୁ ହତ୍ୟା କଲା । ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତି । ଏପରି ଏକ ଘଟଣା  ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଦେଖିବା ପରେ ପୋଲିସର ମଧ୍ୟ ହୋସ୍ ଉଡିଯାଇଛି । ସୂଚନାନୁସାରେ, ହୋସଙ୍ଗାବାଦର ଜଣେ ବ୍ୟକ୍ତି ନିଜ ପରିବାରର ୩ଜଣ ସଦସ୍ୟଙ୍କୁ ଟ୍ରାକ୍ଟର ଚାପି ହତ୍ୟା କରିଛନ୍ତି । ଜମିଜମା କାରବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା । ଅଭିଯୁକ୍ତ ଥାନାରେ ପହଁଚି କହିଥିଲା ଯେ, ସେ ୩ଜଣଙ୍କୁ ଟ୍ରାକ୍ଟର ଚାପି ହତ୍ୟା କରିଛି । ଏହାସହ ଟ୍ରାକ୍ଟର ନେଇ ମଧ୍ୟ ସେ ତାନାରେ ପହଁଚିଥିଲା । ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଟ୍ରାକ୍ଟରକୁ ଜବତ କରିଛି । ମୃତକମାନେ ହେଲେ ରାଜେନ୍ଦ୍ର ଯଦୁବଂଶୀ, କୁବେର ଯଦୁବଂଶୀ ଓ ୧୧ ବର୍ଷର ଜଣେ ନାବାଳକ । ଘଟଣା ପରେ ଉତ୍ତେଜନାକୁ ନଜରରେ ରଖି ପୋଲିସ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି । ଏତତ୍ ବ୍ୟତୀତ, ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ସମେତ ଆଉ କିଛି ଗ୍ରାମବାସୀଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡା ପଛରେ ଜମିଜମା ବିବାଦ ରହିଛି ନା ଆଉ କିଛି ସେନେଇ ଖୋଳତାଡ ଆରମ୍ଭ ହୋଇଛି ।