ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ

ବ୍ରହ୍ମପୁର ଅଫିସ,୨୮ା୭-ପରିବେଶ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ବିନା କାରଣରେ ଗଛ କାଟିବାକୁ କଟକଣା ଜାରି କରାଯାଇଛି। ପରିବେଶବିତ୍‌ମାନେ ଗଛ ଲଗାଅ ଜୀବନ ବଞ୍ଚାଅ ନାରା ଦେଇ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି କେତେଜଣ ପରିବେଶବିତଙ୍କ ଉଦ୍ୟମ ଯୋଗୁ ବ୍ରହ୍ମପୁର ସହର ହରିଡାଖଣ୍ଡି ଛକରେ ଥିବା ଏକ ବରଗଛ କଟା ବନ୍ଦ କରାଯାଇଛି। ଫଳରେ ଏକ ବିରାଟକାୟ ବରଗଛ ଜୀବନ ରକ୍ଷା ପାଇଛି। ପ୍ରତି ବର୍ଷ ସରକାରୀ ଓ ବେସରକାରୀ […] The post ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ appeared first on Dharitri Odia News.

ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ
ବ୍ରହ୍ମପୁର ଅଫିସ,୨୮ା୭-ପରିବେଶ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ବିନା କାରଣରେ ଗଛ କାଟିବାକୁ କଟକଣା ଜାରି କରାଯାଇଛି। ପରିବେଶବିତ୍‌ମାନେ ଗଛ ଲଗାଅ ଜୀବନ ବଞ୍ଚାଅ ନାରା ଦେଇ କାର୍ଯ୍ୟ କରି ଚାଲିଛନ୍ତି। ଏଭଳି କେତେଜଣ ପରିବେଶବିତଙ୍କ ଉଦ୍ୟମ ଯୋଗୁ ବ୍ରହ୍ମପୁର ସହର ହରିଡାଖଣ୍ଡି ଛକରେ ଥିବା ଏକ ବରଗଛ କଟା ବନ୍ଦ କରାଯାଇଛି। ଫଳରେ ଏକ ବିରାଟକାୟ ବରଗଛ ଜୀବନ ରକ୍ଷା ପାଇଛି। ପ୍ରତି ବର୍ଷ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି। ଅନ୍ୟପଟେ ଉନ୍ନତୀକରଣ ନାମରେ ବିଭିନ୍ନ ସଂସ୍ଥା ପକ୍ଷରୁ ଶହ ଶହ ବୃକ୍ଷ ଛେଦନ କରାଯାଉଛି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ସହରରେ ନିତିଦିନିଆ ପାଲଟିଛି। ରାସ୍ତା ସମ୍ପ୍ରସାରଣ ନାମରେ ଶହଶହ ବୃକ୍ଷ ବଳି ପଡୁଛି, ଯାହାକି ପରିବେଶ ଉପରେ ପ୍ରଭାବ ପକାଉଛି। ବ୍ରହ୍ମପୁର ହରିଡାଖଣ୍ଡିଠାରୁ ଅନ୍ଧପସରା ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। ରାସ୍ତା କଡରେ ଥିବା ଶହ ଶହ ବୃକ୍ଷ କଟା ଯାଉଛି। ସେଥିମଧ୍ୟରେ ବହୁତ ଶତାୟୁ ବରଗଛ ମଧ୍ୟ ବଳି ପଡିଛି। କିଛି ଦିନ ତଳେ ହରିଡାଖଣ୍ଡି ଷ୍ଟେଟ ବ୍ୟାଙ୍କ ପାର୍ଶ୍ୱରେ ଥିବା ଶତାୟୁ ବର ଗଛ ଉପରେ ଦୃଷ୍ଟି ପଡିଥିଲା। ବିଦ୍ୟୁତ୍‌ ବିଭାଗ ସେଠାରେ ଥିବା ବୃକ୍ଷ ହାଣି ଟ୍ରାନ୍ସଫର୍ମର ବସାଇବା ଯୋଜନା ଆରମ୍ଭ କରିଥିଲା। ଏହାକୁ ବ୍ରହ୍ମପୁର ସବୁଜ ବାହିନୀ, ପରିବେଶବିତ୍‌ ସମେତ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ। କିଛି ଦିନ ନୀରବ ରହିବା ପରେ ରାତାରାତି ବେଆଇନ ଭାବେ ଗଛ ହାଣିବାରେ ଲାଗିଲେ। ଏହା ବିରୋଧରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ରେଞ୍ଜରକୁ ଦିଆଯାଇଥିଲା। ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଆଇନ ପରାମର୍ଶଦାତା ଓ ଭେଦିକ କ୍ଲବର ସଦସ୍ୟ ସତୀଶ ପାଣିଗ୍ରାହୀ ପ୍ରମୁଖ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ରାଜସ୍ବ ବିଭାଗ, ବନ ଉନ୍ନୟନ ନିଗମ କର୍ମଚାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଅନୁଧ୍ୟାନ କରି ଟ୍ରାନ୍ସଫର୍ମର ପୂର୍ବ ନିର୍ଦ୍ଧାରିତ ସ୍ଥାନରୁ ବାର ଫୁଟ ଦୂରରେ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। The post ପରିବେଶବିତ୍‌ଙ୍କ ଉଦ୍ୟମରୁ ସୁରକ୍ଷା ପାଇଲା ବରଗଛ appeared first on Dharitri Odia News.