ପର୍ଲ‌୍‌ ହାର୍ବର‌୍‌ ଡେ

୧୯୪୧ ଡିସେମ୍ବର ଆଜିର ଦିନରେ ଜାପାନିଜ୍‌ ବାୟୁ ସେନା, ଯୁକ୍ତରାଷ୍ଟ୍ର ଆମେରିକାର ପର୍ଲ‌୍‌ ହାର୍ବର‌୍‌ ନୌ-ବାହିନୀ ପ୍ରତିରକ୍ଷା ଘାଟି ଉପରେ ଅତର୍କିତ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏଭଳି ଆକ୍ରମଣ ସ˚କ୍ରାନ୍ତରେ କୌଣସି ପୂର୍ବ-ସୂଚନା ମିଳି ନ ଥିଲା। ସେତେବେଳେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଚାଲିଥିଲେ ହେଁ ଆମେରିକା କୌଣସି ପକ୍ଷ ନେଇ ନ ଥିବାରୁ ଯୁଦ୍ଧ ପାଇଁ ପ୍ରସ୍ତୁତ ନ ଥିଲା। ପର୍ଲ‌୍‌ ହାର୍ବର‌୍‌ରେ ସମସ୍ତେ ଯିଏ ଯାହା କାମରେ ଲାଗିଥିଲେ। ଜରୁରିକାଳୀନ ପରିସ୍ଥିତି […] The post ପର୍ଲ‌୍‌ ହାର୍ବର‌୍‌ ଡେ first appeared on Sambad.

ପର୍ଲ‌୍‌ ହାର୍ବର‌୍‌ ଡେ
୧୯୪୧ ଡିସେମ୍ବର ଆଜିର ଦିନରେ ଜାପାନିଜ୍‌ ବାୟୁ ସେନା, ଯୁକ୍ତରାଷ୍ଟ୍ର ଆମେରିକାର ପର୍ଲ‌୍‌ ହାର୍ବର‌୍‌ ନୌ-ବାହିନୀ ପ୍ରତିରକ୍ଷା ଘାଟି ଉପରେ ଅତର୍କିତ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏଭଳି ଆକ୍ରମଣ ସ˚କ୍ରାନ୍ତରେ କୌଣସି ପୂର୍ବ-ସୂଚନା ମିଳି ନ ଥିଲା। ସେତେବେଳେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଚାଲିଥିଲେ ହେଁ ଆମେରିକା କୌଣସି ପକ୍ଷ ନେଇ ନ ଥିବାରୁ ଯୁଦ୍ଧ ପାଇଁ ପ୍ରସ୍ତୁତ ନ ଥିଲା। ପର୍ଲ‌୍‌ ହାର୍ବର‌୍‌ରେ ସମସ୍ତେ ଯିଏ ଯାହା କାମରେ ଲାଗିଥିଲେ। ଜରୁରିକାଳୀନ ପରିସ୍ଥିତି ନ ଥିଲା। ହଠାତ୍‌ ସକାଳ ଆଠଟାରେ ଜାପାନ୍‌ ୩୫୩ଟି ଯୁଦ୍ଧ ବିମାନରୁ ଆକ୍ରମଣ ଆରମ୍ଭ କରିଦେଲା। ଛଅଟି ନୌ-ବହରରୁ ଏହି ବିମାନଗୁଡ଼ିକ ପର୍ଯ୍ୟାୟକ୍ରମେ ଆରମ୍ଭ କରିଥିଲେ ଭୟଙ୍କର ଆକ୍ରମଣ। ଏହାକୁ ନାମିତ କରାଯାଇଥିଲା- ଅପରେସନ୍‌ ଜେଡ୍‌। stripes.com ଯଦିଓ ଆମେରିକା, ଜାପାନ୍‌ ବିରୋଧରେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ସେ ପର୍ଯ୍ୟନ୍ତ ଯୋଗଦେଇ ନ ଥିଲା ଏବ˚ ଯୁଦ୍ଧଠାରୁ ଦୂରେଇ ରହିଥିଲା, ତଥାପି ଭବିଷ୍ୟତ୍‌ରେ କାଳେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକା ହସ୍ତକ୍ଷେପ କରିବ, ଏହି ଆଶଙ୍କାରେ ଜାପାନ୍‌ ଏଭଳି ନିନ୍ଦନୀୟ ଆକ୍ରମଣ କରିଥିଲା। ଦକ୍ଷିଣ-ପୂର୍ବ ଏସିଆ, ଡଚ୍‌ ଇଷ୍ଟ୍‌ ଇଣ୍ତିଜ୍‌ ଏବ˚ ମାଲୟ ସମେତ ମାଞ୍ଚୁରିଆକୁ ସ˚ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ଉଦ୍ଦେଶ୍ୟରେ ଜାପାନ୍‌ ଏହି ପଦକ୍ଷେପ ନେଇଥିଲା। ଏହି ଆକ୍ରମଣରେ ଆମେରିକାର ଚାରିଟି ଯୁଦ୍ଧ-ପୋତ ବୁଡ଼ିଥିବା ବେଳେ ଅନ୍ୟ ଚାରିଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ। ୩ କ୍ରୁଜର‌୍‌, ୩ ଡେଷ୍ଟ୍ରଅର‌୍‌, ୩ ମାଇନ୍‌ସଲେୟର‌୍‌ ଓ ୧୮୮ଟି ଯୁଦ୍ଧ ବିମାନ ସମେତ ବହୁ କୋଠା-ବାଡ଼ି ଧ୍ବ˚ସ ହୋଇଥିଲା। ୨୪୦୨ ଜଣ ପ୍ରତିରକ୍ଷା ବିଭାଗୀୟ କର୍ମଚାରୀ ପ୍ରାଣ ହରାଇଥିଲେ। ସେହି ଅନୁପାତରେ ଜାପାନ୍‌ର ବିଶେଷ କ୍ଷୟ-କ୍ଷତି ହୋଇ ନ ଥିଲା। ଏହା ମାତ୍ର ୨୯ଟି ବିମାନ ଓ ୬୫ ଜଣ ଚାଳକ ହରାଇଥିଲା। ଏହାର ପରିଣାମ ସ୍ବରୂପ ଆମେରିକା ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଯୋଗଦେବାରୁ ଯୁଦ୍ଧ ମିତ୍ର-ଶକ୍ତି ପକ୍ଷରେ ଯାଇଥିଲା।The post ପର୍ଲ‌୍‌ ହାର୍ବର‌୍‌ ଡେ first appeared on Sambad.