ପୋଲିସକୁ ବଡ ସଫଳତା, ୮ ହାର୍ଡକୋର ନକ୍ସଲ ଗିରଫ

ସୁକମା ୦୬/୧୧:  ଛତିଶଗଡର ସୁକମା ଜିଲ୍ଲାରେ ୮ ନକ୍ସଲଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଉପରେ ୧୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଗୁରୁବାର ଚିନ୍ତଲନାର ପୋଲିସ ଓ ଯବାନମାନେ ମୋରପଲ୍ଲୀ ଗ୍ରାମରୁ ଏହି ହାର୍ଡକୋର୍ ନକ୍ସଲଙ୍କୁ ଗିରଫ କରିଛନ୍ତି । ଅପରେସନରେ ଜିଲ୍ଲା ପୋଲିସ ଟିମ୍, ସିଆରପିଏଫ, କୋବ୍ରା ବାଟାଲିୟନର ଯବାନମାନେ ସାମିଲ ଥିଲେ । ସୁକମା ପୋଲିସ ଏସ୍‌ପି ସୁନୀଲ ଶର୍ମା କହିଛନ୍ତି ଯେ, ନକ୍ସଲଙ୍କ ଚଳପ୍ରଚଳ ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ । ଗିରଫ ହୋଇଥିବା ନକ୍ସଲଙ୍କ ମଧ୍ୟରେ କବାସୀ ରାଜୁ ରହିଛି । ଯାହା ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା, କମଲୁ ମାଦା ଉପରେ ୫ ଲକ୍ଷର ପୁରସ୍କାର ରାଶି ରହିଛି । ସେହିପରି ଅନ୍ୟ ଗିରଫଙ୍କ ମଧ୍ୟରେ କୋମରାମ କାହ୍ନା, ମଡକମ ହିଡମା, ଦୁରସମ ମୁଦରାଜ ଓ ମଡକମ ଏନକା ରହିଛନ୍ତି । ଏମାନଙ୍କ ଉପରେ ମଧ୍ୟ ଲକ୍ଷେ ଟଙ୍କାର ରାଶି ରହିଥିଲା । ସେହିପରି ଅନ୍ୟ ୨ ନକ୍ସଲ ହେଲେ ମଡକମ ସୋମା ଓ ମଡକମ ମୁତ୍ତା ରହିଛନ୍ତି । ସେମାନଙ୍କଠାରୁ ୩୫ଟି ଡିଟୋନେଟର, ୬ ଜିଲୋଟିନ୍ , ଦୁଇଟି ଆଇଇଡି, ବ୍ୟାଟେରୀ,ତାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି ।  