ପୋଲିସକୁ ହତ୍ୟା କଲା ପୋଲିସ

ଜାମସେଦପୁର, ୧୧।୮: ଜଣେ ପୋଲିସ କର୍ମଚାରୀ ଆଉ ଜଣେ ପୋଲିସଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲା ଘାଟଶୀଳା ସହରରେ ଘଟିଯାଇଛି। ଘାଟଶୀଳା ଜେଲ୍‌ କମ୍ପ୍ଲେକ୍ସ ବାରାକରେ ରହୁଥିବା କନ୍‌ଷ୍ଟେବଳ ମନୀଷ କୁମାର ସୋମବାର ରାତିରେ ହାବିଲଦାର ଧର୍ମେନ୍ଦ୍ର କୁମାର ସିଂଙ୍କୁ ଏକ କୋଦାଳ ସହାୟତାରେ ବାଡ଼େଇ ହତ୍ୟା କରିଛନ୍ତି। ଧଲଭୂମଗଡ଼ ଥାନା ଅଧିକାରୀ କହିଛନ୍ତି, ସୋମବାର ରାତି ୧୧ଟାରେ ଜେଲ ସୁରକ୍ଷାରେ ଦାୟିତ୍ୱରେ ଥିବା ମନୀଷ ଓ ଧମେନ୍ଦ୍ରଙ୍କ ମଧ୍ୟରେ […] The post ପୋଲିସକୁ ହତ୍ୟା କଲା ପୋଲିସ appeared first on Dharitri Odia News.

ପୋଲିସକୁ ହତ୍ୟା କଲା ପୋଲିସ
ଜାମସେଦପୁର, ୧୧।୮: ଜଣେ ପୋଲିସ କର୍ମଚାରୀ ଆଉ ଜଣେ ପୋଲିସଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲା ଘାଟଶୀଳା ସହରରେ ଘଟିଯାଇଛି। ଘାଟଶୀଳା ଜେଲ୍‌ କମ୍ପ୍ଲେକ୍ସ ବାରାକରେ ରହୁଥିବା କନ୍‌ଷ୍ଟେବଳ ମନୀଷ କୁମାର ସୋମବାର ରାତିରେ ହାବିଲଦାର ଧର୍ମେନ୍ଦ୍ର କୁମାର ସିଂଙ୍କୁ ଏକ କୋଦାଳ ସହାୟତାରେ ବାଡ଼େଇ ହତ୍ୟା କରିଛନ୍ତି। ଧଲଭୂମଗଡ଼ ଥାନା ଅଧିକାରୀ କହିଛନ୍ତି, ସୋମବାର ରାତି ୧୧ଟାରେ ଜେଲ ସୁରକ୍ଷାରେ ଦାୟିତ୍ୱରେ ଥିବା ମନୀଷ ଓ ଧମେନ୍ଦ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ଲାଗିଥିଲା। ଏଥିରେ ରାଗିଯାଇ ମନୀଷ ଏକ କୋଦାଳରେ ଧମେନ୍ଦ୍ରଙ୍କୁ ବାଡ଼େଇ ଦେଇଥିଲେ। ଫଳରେ ଧମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଉଭୟଙ୍କ ଝଗଡ଼ାକୁ ରୋକିବାକୁ ଆସିଥିବା ଅନ୍ୟତମ କନ୍‌ଷ୍ଟେବଳ ଉପେନ୍ଦ୍ର କୁମାର ଗୁରୁତର ଆଘାତ ପାଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୋଲିସ ମନୀଷଙ୍କୁ ଗିରଫ କରିଛି। The post ପୋଲିସକୁ ହତ୍ୟା କଲା ପୋଲିସ appeared first on Dharitri Odia News.