ଫେବ୍ରୁଆରୀ ସୁଦ୍ଧା ଭାରତର ୫୦% ଲୋକ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ସଦସ୍ୟଙ୍କ କହିବା ଅନୁସାରେ,  ୫୦ ପ୍ରତିଶତ ଭାରତୀୟ କରୋନା ସଂକ୍ରମିତ ହେବା ପରେ ଏହା ନିୟନ୍ତ୍ରଣକୁ ଆସିବ ।  ସେପେଟମ୍ବର ମଧ୍ୟ  ଭାଗରୁ  ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଛି । ଦେଶରେ ଏବେ […] The post ଫେବ୍ରୁଆରୀ ସୁଦ୍ଧା ଭାରତର ୫୦% ଲୋକ ହେବେ କରୋନା ସଂକ୍ରମିତ first appeared on Sambad.

ଫେବ୍ରୁଆରୀ ସୁଦ୍ଧା ଭାରତର ୫୦% ଲୋକ ହେବେ କରୋନା ସଂକ୍ରମିତ
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ସଦସ୍ୟଙ୍କ କହିବା ଅନୁସାରେ,  ୫୦ ପ୍ରତିଶତ ଭାରତୀୟ କରୋନା ସଂକ୍ରମିତ ହେବା ପରେ ଏହା ନିୟନ୍ତ୍ରଣକୁ ଆସିବ ।  ସେପେଟମ୍ବର ମଧ୍ୟ  ଭାଗରୁ  ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଛି । National Foundation for Infectious Diseases ଦେଶରେ ଏବେ ସଂକ୍ରମିତ ୭୫ ଲକ୍ଷ ଟପିଛି ।  ବିଶେଷଜ୍ଞ କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି,  ଆମର ଗାଣିତିକ ହିସାବ ଅନୁସାରେ ଦେଶର ୩୦ ପ୍ରତିଶତ ଲୋକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଲାଣି । ଏହି ସଂକ୍ରମିତ ଲୋକଙ୍କଠାରେ  ଆଣ୍ଟିବଡି ସୃଷ୍ଟି ହୋଇଛି । କମିଟିର  ଆକଳନ କେନ୍ଦ୍ରର ସେରୋଲୋଜିକାଲ ସର୍ଭେର ଆକଳନଠାରୁ ବହୁତ ଅଧିକ । ସେରୋଲୋଜିକାଲ ସର୍ଭେ ଅନୁସାରେ ଏବେ ୧୪ ପ୍ରତିଶତ ଭାରତୀୟ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି ।  ତେବେ ପ୍ୟାନେଲ ସତର୍କ କରିଦେଇଛି ଯେ, ଆଗକୁ ଯଦି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆନଯାଏ ତେବେ ସଂକ୍ରମଣ ବଢିପାରେ ।The post ଫେବ୍ରୁଆରୀ ସୁଦ୍ଧା ଭାରତର ୫୦% ଲୋକ ହେବେ କରୋନା ସଂକ୍ରମିତ first appeared on Sambad.