ବାଇକ୍ ରଖି ଚା’ ଦୋକାନକୁ ଯାଇଥିଲେ ବୃଦ୍ଧ, ଡିକିରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଫେରାର ହୋଇଗଲେ ଲୁଟେରା

କଣ୍ଟାବାଞ୍ଜି,୧୩/୦୩ : ମୟୂରଭଞ୍ଜ ଜିଲ୍ଲା  କଣ୍ଟାବାଞ୍ଜି ସହରରେ ଦିନ ଦ୍ୱିପହରରେ ଏକ ବାଇକ ରୁ ୬୩ ହଜାର ଟଂକା ଚୋରି ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ଚୋରି ହୋଇଥିବା ସମୟର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ଦେଖାଯାଇଛି ।    ସୂଚନାନୁସାରେ, ମୁରିବାହାଲ ଥାନା ବ୍ରାହ୍ମଣୀ ଗାଁର ସନାତନ ପ୍ରଧାନ ଧାନ ବିକ୍ର କରିଥିବା ଟଙ୍କା କଣ୍ଟାବାଞ୍ଜି ଏସବିଆର ମୁଖ୍ୟ ଶାଖାରୁ ୬୩ ହଜାର ଟଙ୍କା ଉଠାଇଥିଲେ । ଏହାପରେ  ଟଙ୍କାକୁ  ନିଜ ବାଇକ ଡିକିରେ ଭରି ଘର ଅଭିମୁଖେ ବାହାରିଥିଲେ । ତେବେ ସେ କଣ୍ଟାବାଞ୍ଜିର ଏକ ହୋଟେଲ ବାହାରେ ବାଇକ ରଖି ହୋଟେଲ ଭିତରକୁ ପାଣି ପିଇବାକୁ ପସିଥିଲେ ।    ପାଣି ପିଇ ସାରିବା ପରେ ହୋଟେଲ ସମ୍ମୁଖରେ ଥିବା ଏକ ଚା ଦୋକାନକୁ ଯାଇଥିଲେ । ତେବେ ପୁର୍ବରୁ ଜଣେ ଚୋର ବାଇକ ପାଖରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଡିକି ଖୋଲି ଟଙ୍କା ଭର୍ତ୍ତି ବ୍ୟାଗ ଧରି ସହଯୋଗୀର ବାଇକରେ ବସି ଫେରାର ହୋଇଯାଇଥିଲା । ତେବେ ଏହି ସବୁ ଭିଜୁଆଲ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଲିଛି । କଣ୍ଟାବାଞ୍ଜି ପୋଲିସ ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ପୋଲିସର କୌଣସି ପ୍ରତିକ୍ରିୟା ମିଲି ପାରିନାହିଁ ।