ବିଏମ୍‌ସି ପକ୍ଷରୁ ଗାଇଡଲାଇନ୍‌ ଜାରି: ଖାଦ୍ୟ ବ୍ୟବସାୟୀ କେବଳ ପାର୍ସଲ ଦେଇପାରିବେ

ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ଏବଂ ଖାଦ୍ୟ ବିକ୍ରେତାଙ୍କ ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଭୁବନେଶ୍ୱରରେ ସର୍ତ୍ତମୂଳକ ଭାବେ ହେଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ। ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ଲାଗି ଖୋଲି ପାରିବ। ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କେବଳ ଖାଦ୍ୟକୁ ପାର୍ସଲ ଦିଆଯାଇପାରିବ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତାକଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। […]

ବିଏମ୍‌ସି ପକ୍ଷରୁ ଗାଇଡଲାଇନ୍‌ ଜାରି: ଖାଦ୍ୟ ବ୍ୟବସାୟୀ କେବଳ ପାର୍ସଲ ଦେଇପାରିବେ
ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବା ଏବଂ ଖାଦ୍ୟ ବିକ୍ରେତାଙ୍କ ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଭୁବନେଶ୍ୱରରେ ସର୍ତ୍ତମୂଳକ ଭାବେ ହେଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିବ। ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍‌-ହାଉସ୍‌ ଅତିଥିଙ୍କ ଲାଗି ଖୋଲି ପାରିବ। ରେଷ୍ଟୁରାଣ୍ଟ ଏବଂ ହୋଟେଲରେ କେବଳ ଖାଦ୍ୟକୁ ପାର୍ସଲ ଦିଆଯାଇପାରିବ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତାକଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ, ଚାଟ କେବଳ ପାର୍ସଲ ଦେଇପାରିବେ। ଚା, ଲସି, ଜୁସ ଦୋକାନୀ ମଧ୍ୟ ପାର୍ସଲରେ ବିକ୍ରି କରିପାରିବେ।