ବିଏମ୍‌ସି ହସ୍ପିଟାଲର ବିକଳ ଚିତ୍ର: ବିଭାଗ ବନ୍ଦ, ବହୁ ଯନ୍ତ୍ରପାତି ଅଚଳ

ପୁରୁଣା ଭୁବନେଶ୍ୱର: ଚର୍ମ ରୋଗ ବିଭାଗ ବନ୍ଦ। ହୃଦ୍‌ରୋଗ ବିଭାଗ ଖୋଲି ନଥିବାରୁ ସେହି କୋଠାରେ ଚାଲିଛି ଭିନ୍ନ ଏକ ବିଭାଗ। ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଚଳ ହୋଇ ପଡ଼ିଥିବାରୁ ସମ୍ପୃକ୍ତ ଲାବ୍‌ ସବୁ ଅଚଳ। ସେହିଭଳି କିଛି ଲାବ୍‌ରେ ତାଲିମ୍‌ପ୍ରାପ୍ତ ଟେକ୍‌ନିସିଆନ୍‌ ନାହାନ୍ତି। ଫଳରେ ଡାକ୍ତରମାନେ ଏଠାରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ପରିସ୍ଥିତି ଏମିତି ଯେ ରାଜଧାନୀର ଏକ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ର ଏବେ ଏକ ରେଫରାଲ୍‌ ହସ୍ପିଟାଲରେ ପରିଣତ ହୋଇଛି ବୋଲି ଲୋକେ ଚର୍ଚ୍ଚା […] The post ବିଏମ୍‌ସି ହସ୍ପିଟାଲର ବିକଳ ଚିତ୍ର: ବିଭାଗ ବନ୍ଦ, ବହୁ ଯନ୍ତ୍ରପାତି ଅଚଳ first appeared on Sambad.

ବିଏମ୍‌ସି ହସ୍ପିଟାଲର ବିକଳ ଚିତ୍ର: ବିଭାଗ ବନ୍ଦ, ବହୁ ଯନ୍ତ୍ରପାତି ଅଚଳ
ପୁରୁଣା ଭୁବନେଶ୍ୱର: ଚର୍ମ ରୋଗ ବିଭାଗ ବନ୍ଦ। ହୃଦ୍‌ରୋଗ ବିଭାଗ ଖୋଲି ନଥିବାରୁ ସେହି କୋଠାରେ ଚାଲିଛି ଭିନ୍ନ ଏକ ବିଭାଗ। ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଚଳ ହୋଇ ପଡ଼ିଥିବାରୁ ସମ୍ପୃକ୍ତ ଲାବ୍‌ ସବୁ ଅଚଳ। ସେହିଭଳି କିଛି ଲାବ୍‌ରେ ତାଲିମ୍‌ପ୍ରାପ୍ତ ଟେକ୍‌ନିସିଆନ୍‌ ନାହାନ୍ତି। ଫଳରେ ଡାକ୍ତରମାନେ ଏଠାରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ପରିସ୍ଥିତି ଏମିତି ଯେ ରାଜଧାନୀର ଏକ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ର ଏବେ ଏକ ରେଫରାଲ୍‌ ହସ୍ପିଟାଲରେ ପରିଣତ ହୋଇଛି ବୋଲି ଲୋକେ ଚର୍ଚ୍ଚା କଲେଣି। ଏହା ହେଉଛି ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍‌ସି ହସ୍ପିଟାଲର ଅବସ୍ଥା। ଏହି ହସ୍ପିଟାଲର ଚର୍ମ ରୋଗ ବିଭାଗ ୨ ମାସ ହେବ ବନ୍ଦ ହୋଇପଡ଼ିଛି। ଡାକ୍ତର ନଥିବାରୁ ଏହି ବିଭାଗ ବନ୍ଦ। ଅସ୍ଥାୟୀ ନିଶା ଡାକ୍ତର(ଆନାସ୍‌ଥେସିଆ) ଠିକାରେ କାମ କରୁଛନ୍ତି। ତେଣୁ ସର୍ଜରି ବିଭାଗ କେମିତି କାମ କରୁଥିବ ଜଳଜଳ ହୋଇ ଦିଶିଯାଉଛି। ୭ ବର୍ଷ ହେଲାଣି ଲାପ୍ରୋସ୍କୋପି ମେସିନ୍ ଅଚଳ ହୋଇପଡ଼ିଛି। ବଡ଼ କଥା ହେଉଛି, ମାତ୍ର ୬ଟି କେସ୍ ପରେ ଏହି ମେସିନ୍‌ ବ୍ୟବହାର ହୋଇପାରିଲା ନାହିଁ। ପଡ଼ି ପଡ଼ି ନଷ୍ଟ ହୋଇଗଲାଣି। ସେହିପରି ଏଣ୍ଡୋସ୍କୋପି ମେସିନ୍ ୬ ବର୍ଷ ହେବ କୌଣସି ହେବ କାମରେ ଲାଗୁନାହିଁ। ଏହା ମଧ୍ୟ ଖରାପ ହୋଇ ପଡ଼ିଛି। ଅଲ୍ଟ୍ରାସାଉଣ୍ଡ୍ ବିଭାଗର ସମାନ ଅବସ୍ଥା। ଦୀର୍ଘ ଦିନ ଧରି ଅଲଟ୍ରାସାଉଣ୍ଡ୍ ମେସିନ ଅଚଳ ହୋଇପଡ଼ିଛି ଓ ତାଲିମ୍‌ପ୍ରାପ୍ତ ଡାକ୍ତର କିମ୍ବା ଟେକ୍‌ନିସିଆନ୍‌ ନାହାନ୍ତି। ତେଣୁ ଏହି ଯନ୍ତ୍ର ଦ୍ବାରା ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଏଠାରୁ ଅନ୍ୟତ୍ର ପଠାଇ ଦିଆଯାଉଛି। ସେହିଭଳି ଲାପ୍ରୋସ୍କୋପି ମେସିନ୍‌ ଅଚଳ ହୋଇଥିବାରୁ ଏହା ଦ୍ବାରା ଅପରେସନ୍‌ ଦରକାର କରୁଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇ ଦିଆଯାଉଛି। ୨ ବର୍ଷ ହେଲା ହସ୍ପିଟାଲର ହୃଦ୍‌ରୋଗ ବିଭାଗ ପାଇଁ କୋଠା ତିଆରି ସରିଛି। ମାତ୍ର ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ଯନ୍ତ୍ରପାତି ଅଭାବରୁ ଏହି ବିଭାଗ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି କୋଠାରେ ଏବେ ଅନ୍ୟ ବିଭାଗ ଚାଲୁଛି। ଏହି ସବୁ ସମସ୍ୟା ବାବଦରେ ସ୍ଥାନୀୟ ଅଧିବାସୀ ରମେଶ ମହାପାତ୍ରଙ୍କ କହିବା କଥା ପୂର୍ବରୁ ଏହି ହସ୍ପିଟାଲରେ ବହୁ ବିଭାଗ କାର୍ଯ୍ୟକ୍ଷମ ଥିଲା। ଏବେ ସେସବୁ ସୁବିଧା ମିଳୁନାହିଁ। ଏତେ ବଡ଼ ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଦେଖିଲେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିତ୍ର ସ୍ପଷ୍ଟ ହୋଇଯାଉଛି। ସରକାର ଏହାକୁ ସ୍ବାସ୍ଥ୍ୟ ବିଭାଗ ଅଧୀନକୁ ନେବାକୁ ଘୋଷଣା କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସ୍ଥାନୀୟ ଯୁବକ ବିଷ୍ଣୁ ପ୍ରସାଦ ମୁଦୁଲିଙ୍କ କହିବା ଏବେ ଏଠାକୁ ଯେଉଁ ରୋଗୀକୁ ଆଣିଲେ ବି ସଙ୍ଗେ ସଙ୍ଗେ ଅନ୍ୟତ୍ର ଯିବାକୁ ପରାମର୍ଶ ଦିଆଯାଉଛି ଓ ପଠାଇ ଦିଆଯାଉଛି ମଧ୍ୟ। ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରଟି ଏବେ ପ୍ରାଥମିକ ସ୍ବାସ୍ଥ୍ୟ‌କେନ୍ଦ୍ର ପାଲଟିଯାଇଛି। ମୁଖ୍ୟଚିକିତ୍ସାଧିକାରୀ ଜିତେନ୍ଦ୍ର ବେବର୍ତାଙ୍କୁ ପଚାରିବାରେ ସେ କହିଲେ ଯେ ଏହି ହସ୍ପିଟାଲ ସ୍ବାସ୍ଥ୍ୟବିଭାଗ ଅଧୀନକୁ ଯିବା ପାଇଁ ଚିଠି ଆସିଛି। ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବା ଆଶା କରାଯାଉଛି। ସେହିଭଳି ଅଚଳ ହୋଇପଡ଼ିଥିବା ବିଭାଗ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ରୋଗୀଙ୍କୁ ଅଧିକ ସେବା ଦେବା ପାଇଁ ଉଦ୍ୟମ କରାଯାଉଛି ଓ ଜଟିଳ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇବାକୁ ପଡ଼ୁଛି ବୋଲି ସେ କହିଛନ୍ତି।The post ବିଏମ୍‌ସି ହସ୍ପିଟାଲର ବିକଳ ଚିତ୍ର: ବିଭାଗ ବନ୍ଦ, ବହୁ ଯନ୍ତ୍ରପାତି ଅଚଳ first appeared on Sambad.