ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରୁ ବେଆଇନ ଗଛ କାଟିବା ସମ୍ବନ୍ଧରେ ଡିଏଫ ଓ ଙ୍କୁ ସ୍ନାରକପତ୍ର।

  ଆଠଗଡ ୦୨/୦୫ଆଠଗଡ ଟାଉନର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରୁ ବେଆଇନ ଭାବରେ ଗଛ କଟାଯାଇଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନକୁ ସ୍ନାର୍ଟ ପାର୍କରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିଛି। ସେଥିପାଇଁ ଆର୍ଥିକ ଅନୁଦାନ ମଧ୍ୟ ଆସିଛି। ମାତ୍ର ସ୍ନାର୍ଟ ପାର୍କ ନାମରେ ପାର୍କ ମଧ୍ୟରେ ବହୁ ମୂଲ୍ୟବାନ ଗଛ କଟାଯାଇଥିବାରୁ ପରିବେଶବିତ ତଥା ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ଉଦ୍ୟାନରୁ ଗଛ କଟାଯାଇ ଥିବା ବେଳେ  ଫରେଷ୍ଟ ବିଭାଗର ଅନୁମତି ନଥିବା ଅଭିଯୋଗ କରିଛନ୍ତି। ଏ ବିଷୟରେ ଆଠଗଡର ସମାଜସେବୀ ତଥା ପୂର୍ବତନ କାଉନସିଲର ଲକ୍ଷ୍ମୀ ନାରାୟଣ ଭଞ ମଙ୍ଗଳବାର ଡି ଏଫ ଓ ଙ୍କୁ ଏକ ସ୍ନାରକପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଡିଏଫ ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ନଚେତ ଜନ ଆନ୍ଦୋଳନ କରାଯିବ ବୋଲି ଭଞ୍ଜ ପ୍ରକାଶ କରିଛନ୍ତି। ଏ ସି  ଏଫ ହରେକୃଷ୍ଣ ମଲ୍ଲିକ ଙ୍କୁ ସ୍ନାରକପତ୍ର ପ୍ରଦାନ କରିଥିଲେ।