ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଲୋକନାଥ ଜେନାଙ୍କ ପରଲୋକ

ବାରିପଦା: ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ମୟୂରଭଞ୍ଜର ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଲୋକନାଥ ଜେନାଙ୍କର ଆଜି ୭୩ ବର୍ଷରେ ପରଲୋକ ଘଟିଛି। କିଛିଦିନ ତଳେ ଶ୍ରୀ ଜେନା କରୋନାରେ ଆକ୍ରାନ୍ତ ହୋଇ କିମ୍‌ସ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ଗତକାଲି ସନ୍ଧ୍ୟାରୁ ହଠାତ୍‌ ଅସୁସ୍ଥ‌ ହୋଇପଡ଼ିଥିଲେ। ଆଜି ଭୋର୍‌ ସମୟରୁ ଶ୍ରୀ ଜେନା ପ୍ରାଣତ୍ୟାଗ କରିଥିଲେ। ବିଜୁ ବାବୁଙ୍କ ସହିତ […]

ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଲୋକନାଥ ଜେନାଙ୍କ ପରଲୋକ
ବାରିପଦା: ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ମୟୂରଭଞ୍ଜର ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ଲୋକନାଥ ଜେନାଙ୍କର ଆଜି ୭୩ ବର୍ଷରେ ପରଲୋକ ଘଟିଛି। କିଛିଦିନ ତଳେ ଶ୍ରୀ ଜେନା କରୋନାରେ ଆକ୍ରାନ୍ତ ହୋଇ କିମ୍‌ସ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ଗତକାଲି ସନ୍ଧ୍ୟାରୁ ହଠାତ୍‌ ଅସୁସ୍ଥ‌ ହୋଇପଡ଼ିଥିଲେ। ଆଜି ଭୋର୍‌ ସମୟରୁ ଶ୍ରୀ ଜେନା ପ୍ରାଣତ୍ୟାଗ କରିଥିଲେ। ବିଜୁ ବାବୁଙ୍କ ସହିତ ଜନତା ଦଳରୁ ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିବା ଶ୍ରୀ ଜେନା ଶେଷପର୍ଯ୍ୟନ୍ତ ବିଜୁ ବାବୁଙ୍କ ସହିତ ରହିଥିଲେ। ଜିଲ୍ଲାରେ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ରହିବା ସହିତ ସଂଗଠନ ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ। ଏକଦା ମୟୁରଭଞ୍ଜ ବିଜୁ ପରିବାରର ମେରୁଦଣ୍ଡ ହେବା ସହିତ ଜିଲ୍ଲା ରାଜନୀତିର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତିତ୍ବ ରହିଥିଲେ ଶ୍ରୀ ଜେନା। ଏପରିକି ଜନତା ଦଳ ସରକାର ସମୟରେ ସେ ନ୍ୟୁ ମୟୂରଭଞ୍ଜ ଟେକ୍ସ୍‌ଟାଇଲ୍‌(ମୟୂରଭଞ୍ଜ ଗଞ୍ଜି କାରଖାନା)ର ଚେୟାରମ୍ୟାନ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ‘ଲୋକା’ ଉତ୍ଥାନ ପତନ ମଧ୍ୟରେ ତାଙ୍କ ସହିତ ପ୍ରାୟ ଚାରି ଦଶନ୍ଧି ଧରି ଖୁଣ୍ଟ ଭାବେ ଠିଆ ହୋଇ ଜିଲ୍ଲାରେ ସଂଗଠନ କୁ ସୁଦୃଢ କରି ଗଢି ତୋଳିଥିଲେ। ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ବିକ୍ରମ କେଶରୀଏବଂ କଳିଙ୍ଗ କେଶରୀ’ଙ୍କ ସହିତ ପରିବାରବର୍ଗ ଉପସ୍ଥିତ ଥିଲେ। ଶ୍ରୀ ଜେନାଙ୍କ ବଡ଼ଝିଅ ସମ୍ବଲପୁରରେ ରହୁଛନ୍ତି। ଶ୍ରୀ ଜେନାଙ୍କ ପରଲୋକରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆଜି ସ୍ଥାନୀୟ ବାରୁଣୀ ଘାଟରେ ତାଙ୍କର ଶେଷକୃତ୍ୟୁ ସମ୍ପନ୍ନ ହୋଇଥିଲା। ଉଲ୍ଲେଖଯୋଗ୍ୟଯେ ଶ୍ରୀ ଜେନାଙ୍କର ଧର୍ମପତ୍ନୀଙ୍କର ମଧ୍ୟ ପୂର୍ବରୁ ପରଲୋକ ଘଟିସାରିଛି।