ବଜାର ଉପରେ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ୪ ଗୁରୁତର

ନିମାପଡା ୧୨।୦୭: ପୁରୀ ଜିଲ୍ଲା କଣାସ ବଜାରରେ ଅଭାବାନୀୟ ଘଟଣା ଘଟିଛି  । ବଜାର ଉପରେ ୪ଜଣଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଆହତ ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ କଣାସ ବଜାରରେ ୪ ଜଣଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ଦୁର୍ବୃତ୍ତ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ସୂଚନା ରହିଛି । ସମସ୍ତ ୪ ପ୍ରଥମେ କଣାସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । […]

ବଜାର ଉପରେ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ୪ ଗୁରୁତର
ନିମାପଡା ୧୨।୦୭: ପୁରୀ ଜିଲ୍ଲା କଣାସ ବଜାରରେ ଅଭାବାନୀୟ ଘଟଣା ଘଟିଛି  । ବଜାର ଉପରେ ୪ଜଣଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଆହତ ଅବସ୍ଥାରେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ କଣାସ ବଜାରରେ ୪ ଜଣଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ଦୁର୍ବୃତ୍ତ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ସୂଚନା ରହିଛି । ସମସ୍ତ ୪ ପ୍ରଥମେ କଣାସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା  ଗୁରୁତର ହେବାରୁ ଭୁବନେଶ୍ୱ ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ତେବେ ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । କିଭଳି ଓ କେଉଁ ପରିସ୍ଥିତିରେ ଆକ୍ରମଣ କରାଗଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତରୁ ଏହା ସ୍ପଷ୍ଟ ହେବ ଯେ, କିଏ ଓ କାହିଁକି ଆକ୍ରମଣ କରିଛନ୍ତି । ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।