ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ

ବଅଁରପାଳ, ୨୯ା୭(ଡି.ଏନ.ଏ.)- ନାଲ୍‌କୋର ନୂତନ ପ୍ରଡକ୍ସନ ନିର୍ଦ୍ଦେଶକ ଭାବେ ବିଜୟ କୁମାର ଦାସଙ୍କୁ ବୁଧବାର ମନୋନୀତ କରାଯାଇଛି। ବର୍ତ୍ତମାନ ସେ ନାଲ୍‌କୋ କର୍ପୋରେଟରେ ନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି। ଏବେ ପ୍ରଡକ୍ସନ ନିର୍ଦ୍ଦେଶକ ରହିଥିବା ଭି. ବାଲ୍‌ ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ। ତେଣୁ ଏହି ପଦବୀ ପାଇଁ ବୁଧବାର ଏକ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଇଡି ବିଜୟ କୁମାର ଦାସ, ଇଡି କାଳୀକିଙ୍କର ପଣ୍ଡା, ମହାପ୍ରବନ୍ଧକ ସୁଶୀଲ କୁମାର ପାଢି, ମହାପ୍ରବନ୍ଧକ ଅମୀୟ […] The post ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ appeared first on Dharitri Odia News.

ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ
ବଅଁରପାଳ, ୨୯ା୭(ଡି.ଏନ.ଏ.)- ନାଲ୍‌କୋର ନୂତନ ପ୍ରଡକ୍ସନ ନିର୍ଦ୍ଦେଶକ ଭାବେ ବିଜୟ କୁମାର ଦାସଙ୍କୁ ବୁଧବାର ମନୋନୀତ କରାଯାଇଛି। ବର୍ତ୍ତମାନ ସେ ନାଲ୍‌କୋ କର୍ପୋରେଟରେ ନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି। ଏବେ ପ୍ରଡକ୍ସନ ନିର୍ଦ୍ଦେଶକ ରହିଥିବା ଭି. ବାଲ୍‌ ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ। ତେଣୁ ଏହି ପଦବୀ ପାଇଁ ବୁଧବାର ଏକ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଇଡି ବିଜୟ କୁମାର ଦାସ, ଇଡି କାଳୀକିଙ୍କର ପଣ୍ଡା, ମହାପ୍ରବନ୍ଧକ ସୁଶୀଲ କୁମାର ପାଢି, ମହାପ୍ରବନ୍ଧକ ଅମୀୟ କୁମାର ସ୍ବାଇଁ, ଭୀମସେନ ପ୍ରଧାନ, ସୁଧୀର ରଞ୍ଜନ ପଟ୍ଟନାୟକ, ସତୀଶ କୁମାର ରାୟ ଓ ପୁନିତ କୁମାର ଶର୍ମା ପ୍ରମୁଖ ସାକ୍ଷାତକାରରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ବିଜୟ କୁମାରଙ୍କୁ ଏହି ବିଭାଗର ନିର୍ଦେଶକ ଭାବେ ମନୋନୀତ କରାଯାଇଛି। ଆସନ୍ତା ଜାନୁୟାରୀରେ ବିଜୟ କୁମାର ନୂଆ ଦାୟିତ୍ୱ ନେବେ ବୋଲି ଜଣାପଡିଛି। ନାଲ୍‌କୋ ଏମ୍ପ୍ଲଇଜ ସଂଘ ସାଧାରଣ ସମ୍ପାଦକ ନିର୍ମଳ ସାମଲ, ଏନଏସସିୟୁର ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ବିଭବ ଜେନା, ସୁଜିତ ସେଠ, ମନୋଜ ସ୍ବାଇଁ, ଶ୍ରମିକ ନେତା ବିନୋଦ ସାମଲ, ମୁନା ସାମଲ, ନିର୍ମଳ ଶତପଥୀ, ପ୍ରକାଶ ବେହେରା, ନାଲ୍‌କୋ ଅଫିସର୍ସ ଆସୋସିଏଶନ ସଭାପତି ପ୍ରସନ୍ନ କୁମାର ମଲିକ, କାର୍ଯ୍ୟକାରୀ ସଭାପତି ବନମାଳୀ ସେଠୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। The post ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ appeared first on Dharitri Odia News.